ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ ସ୍ଥାନୀୟ ସଂକ୍ରମଣ ମାତ୍ରା ବଢ଼ିଚାଲିଛି। ଜୁଲାଇ ୨୪ ତାରିଖ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ୩୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କରୋନା କଟକଣା ମାନୁନଥିବା ଦେଖାଯାଉଛି।

ଜିଲ୍ଲାର ଓଡ଼ଗାଁ ଏନ୍‌ଏସିରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ୪ ନମ୍ବର, ୬ ନମ୍ବର ଏବଂ ୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିସହ ରଣପୁର ବ୍ଲକର ରଙ୍କଦେଉଳୀ ଓ ଡମସାହି ଗାଁ ଏବଂ ଗଣିଆଁର ୩ଟି ସାହିକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକମାନେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍ ସମୟରେ ବିନା କାରଣରେ ଲୋକେ ବାହାରେ ଚଲାବୁଲା ଓ ମିଳାମିଶା କରୁଛନ୍ତି। ଏହାଦ୍ଵାରା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହେଉଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅମାନିଆଙ୍କୁ ମନାଇବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି।

Comment