ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଜରିପଡ଼ା କ୍ଵାରେଣ୍ଟାଇନ୍ ସେଣ୍ଟରରେ ପିଇଓ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।

ଜରିପଡ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକଙ୍କ ଠାରୁ ଲାଞ୍ଚ ମାଗୁଛନ୍ତି। ଯେଉଁ ପ୍ରବାସୀ ଓଡ଼ିଆ ବିଦେଶରୁ ଆସିଛନ୍ତି ସେମାନେ ଟଙ୍କା ଦେଲେ ଏହି କୋରେଣ୍ଟାଇନ୍ ସେଣ୍ଟରରେ ରହିବେ। ଟଙ୍କା ନଦେଲେ ସେମାନେ ଭୁବନେଶ୍ୱରରେ ରହିବେ ବୋଲି ସମ୍ପୃକ୍ତ ପିଇଓ କହୁଛନ୍ତି।

ଏଥିସହ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସେ ଟଙ୍କା ମାଗୁଛନ୍ତି। ପିଇଓ ଜଣଙ୍କ ଏପରି ଟଙ୍କା ମାଗୁଥିବା ବେଳର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here