ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଆଜି ପୁଣି ରେକର୍ଡ ସଂଖ୍ୟକ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ଏହାସହ ୧୩୦ ଜଣ ଭୁବନେଶ୍ୱରରୁ ସୁସ୍ଥ ହୋଇଛନ୍ତି।

ବାୟାବାବା ମଠ ନିକଟ ୟୁନିଟ୍‌-୯ବସ୍ତିରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାଲିଆସାହିରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଘରୋଇ ହସ୍ପିଟାଲରୁ ୧୧ ଜଣ କର୍ମଚାରୀ ଆକ୍ରାନ୍ତ ଚିହ୍ନଟୂ ହୋଇଥିବା ବେଳେ ଆଇଗିଣିଆ ଆଳୁଗଦିରୁ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲର ୬ ଜଣ କର୍ମଚାରୀ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ରସୁଲଗଡ଼ ଜିଜିପି କଲୋନିରୁ ଆଉ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଶେଶ୍ୱର ବସ୍ତିରୁ ୫, ଗ୍ୟାରେଜ ଛକରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ ଛୁଇଁଥିବା ବେଳେ ୧୧୪୧ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment