ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜ୍ରାଘାତରେ ଗଲା ୩ ଜଣ ମହିଳାଙ୍କ ଜୀବନ। ବଲାଙ୍ଗିରର ବଡ଼ତେଲେନପାଲ୍ଲୀରେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସୌଭାଗ୍ୟବଶତଃ ପାଖାପାଖି ୧୦ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବଲାଙ୍ଗିରରେ ଆଜି ସକାଳୁ ପାଗ ମେଘୁଆ ଥିଲା। କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା। ବିଲରେ ଧାନ ରୁଆ କାମ କରୁଥିଲା ବେଳେ ହଠାତ ବଜ୍ରାଘାତ ହୋଇଥିଲା। ଏଥିରେ ୩ ଜଣ ମହିଳାଙ୍କ ଜୀବନ ଯାଇଛି। ସେହି ଜମିରେ ଉଭୟ ପୁରୁଷ ଓ ମହିଳା ମିଶି ପ୍ରାୟ ୧୮ରୁ ୨୦ ଜଣ କାମକରୁଥିଲେ।

Comment