ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona vaccine-1

ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ମାନବ ପରୀକ୍ଷଣ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏନେଇ ଭାରତରେ ପାଞ୍ଚୋଟି ସ୍ଥାନ ଚୟନ କରାଯାଇସାରିଛି। ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ ଏବିଷୟରେ ସୂଚନା ଜାରି କରିଛନ୍ତି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଏଷ୍ଟ୍ରୋଜେନେକା ଫାର୍ମାସ୍ୟୁଟିକାଲ କମ୍ପାନି ମିଶି ଏହି କରୋନା ଟିକା ପ୍ରସ୍ତୁତ କରିଛନ୍ତି। ଏହି ମାସ ଆରମ୍ଭରେ ଭାରତରେ ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ମାନବ ପରୀକ୍ଷଣ କରାଯାଇଥିଲା।

ତେବେ କରୋନାକୁ ମାତ୍ ଦେବା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଯଥାସମ୍ଭବ ଚେଷ୍ଟା ଚଳାଇଛି ବୋଲି କହିଛନ୍ତି ସଚିବ ରେଣୁ ସ୍ୱରୁପ। ଭାରତରେ ଏହି ଟିକାର ମାନବ ପରୀକ୍ଷଣର ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ଭାରତର ପାଞ୍ଚୋଟି ସ୍ଥାନକୁ ଚୟନ କରାଯାଇଛି। ତେବେ ଶେଷ ପରୀକ୍ଷଣର ଅନୁମତି ମିଳିବା ପୂର୍ବରୁ ହିଁ ଏହି ଔଷଧ ତିଆରି କରିବା ଆରମ୍ଭ କରିଦେବା ପାଇଁ ଲକ୍ଷ୍ୟ ରଖିଛି ଏସଆଇଆଇ। ଏହା ଦ୍ୱାରା ଅନୁମତି ମିଳିବା ପରେ ଔଷଧ ତିଆରିରେ କୌଣସି ଅସୁବିଧା ହେବ ନାହିଁ।

corona-3

ତେବେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଏହି କରୋନା ଟିକା ସୁରକ୍ଷିତ ଏବଂ ଏହା ରୋଗୀର ଶରୀରରେ ମଜବୁତ ରୋଗ ପ୍ରତ୍ରିରୋଧକ ଶକ୍ତି ତିଆରି କରିପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ପରୀକ୍ଷଣ ଆରମ୍ଭ ହେବ।

Comment