ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ୩୧ ତାରିଖରେ ଶେଷ ହେବ ଅନ୍‌ଲକ୍‌-୨। ଅଗଷ୍ଟ ୧ରୁ ସାରା ଦେଶରେ ଅନ୍‌ଲକ୍‌-୩ ପ୍ରକ୍ରିୟା ଲାଗୁ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଜି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅଗଷ୍ଟ ମାସରେ ଲାଗୁ ହେବାକୁ ଥିବା ଅନଲକ୍‌-୩ ଗାଇଡ୍‌ଲାଇନ୍‌ରେ ରାତି କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଥିବା ବେଳେ ଜିମ୍‌ ଏବଂ ଯୋଗ ଇନଷ୍ଟିଚ୍ୟୁଟ ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଅନ୍‌ଲକ୍‌-୩ରେ କ’ଣ ଅଛି ନିୟମ?

  • ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳନ ହେବ।
  • ରାତି କଫ୍ୟୁକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।
  • ଅଗଷ୍ଟ ୫ରୁ ଜିମ୍‌ ଏବଂ ଯୋଗ ଇନଷ୍ଟିଚ୍ୟୁଟ ଖୋଲିପାରିବ। ଏଥିପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି ହେବ।
  • ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ କରୋନା କଟକଣା ଭିତରେ ପାଳନ ହେବ।
  • ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
  • ହୋଟେଲ ଓ ରେସ୍ତୋରାଁ ଖୋଲା ରହିବ। କେବଳ ପାର୍ସଲ ନେଇ ହେବ।
  • ବିମାନ ସେବା, ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ।
  • ଥିଏଟର, ବାର୍‌, ଅଡିଟୋରିୟମ ଖୋଲିବ ନାହିଁ।

Comment