ଓଡିଶାଲାଇଭ୍ କରୋନା ବ୍ୟୁରୋ

corona death

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୧୦ ଜଣ କରୋନା ଆକ୍ରାନ୍ତ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ୪ ଜଣ ଓ ଭୁବନେଶ୍ୱରରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ଗଞ୍ଜାମର ମୃତ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୪୩,୪୭ ଏବଂ ୩୩ ବର୍ଷିୟ ପୁରୁଷ ଓ ଜଣେ ୬୫ ବର୍ଷିୟ ମହିଳା। ଭୁବନେଶ୍ୱରରେ ଜଣେ ୬୦ ବର୍ଷିୟ ପୁରୁଷ ଏବଂ ଜଣେ ୬୦ ବର୍ଷିୟ ମହିଳା ମୃତୁବରଣ କରିଛନ୍ତି। ସେହିପରି ରାୟଗଡ଼ାରୁ ଜଣେ ୫୦ ବର୍ଷିୟ ପୁରୁଷ, ସମ୍ବଲପୁରରୁ ୬୭ ବର୍ଷିୟ ପୁରୁଷ, ନୟାଗଡ଼ରୁ ଜଣେ ୬୫ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ରୁ ଜଣେ ୭୧ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦,୩୭୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮,୯୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୨୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

LEAVE A REPLY

Please enter your comment!
Please enter your name here