ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତିରେ ଧାନ ଚାଷ କଲେ ଅନେକ ଯନ୍ତ୍ରପାତିର ଆବଶ୍ୟକତା ପଡ଼ିଥିାଏ। କିଛି ଉଦ୍ୟୋଗୀ ସାମ୍ନାକୁ ଆସି ଏହି ସମସ୍ତ ଯନ୍ତ୍ରପାତି ବ୍ୟାଙ୍କ ୠଣ ସହାୟତାରେ କିଣି ନିଜେ ଲାଭବାନ ହେବା ସହ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି।

ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତିରେ ଧାନ ଚାଷରେ ବିଶେଷ କରି ରୁଆ ଧାନ ଚାଷରେ ମୂଲିଆ, ମଜୁରୀ, ବିହନ, ରୋଗ ପୋକ ପରିଚାଳନା ଓ ଅନ୍ୟାନ୍ୟ କୃଷି କାର୍ଯ୍ୟର ଖର୍ଚ୍ଚ ନିଶ୍ଚିତ କମ୍‌ ହୋଇଥାଏ। ଏଥିସହ ଅମଳରେ ବୃଦ୍ଧି ଘଟିବା ସହିତ କୃଷକଙ୍କୁ ଲାଭ ଅଧିକ ମିଳିଥାଏ।

ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତିରେ କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟର, ରୋଟାଭେକ୍ଟର ଓ ମଞ୍ଜିବୁଣା ଯନ୍ତ୍ର, ତଳି ରୁଆ ଯନ୍ତ୍ର, ଘାସ ବଛା ଯନ୍ତ୍ର, ପ୍ଲାଷ୍ଟିକ ଟ୍ରେ ଏବଂ କମ୍ବାଇନ ହାର୍ଭେଷ୍ଟର ଏହି ସବୁ ଯନ୍ତ୍ରପାତି ଗୋଟିଏ ସେଟ୍‌ କିଣିବା ପାଇଁ ହାରାହାରି ୫୫ ଲକ୍ଷ ଟଙ୍କା ହୋଇଥାଏ।

ଗୋଟିଏ ୠତୁରେ ଏହିସବୁ ଯନ୍ତ୍ରପାତିର ଗୋଟିଏ ସେଟ୍‌ ୨୦୦ ଏକ ଜମିରେ ସମ୍ପୂର୍ଣ୍ଣ ଭାବେ ଯନ୍ତ୍ର ଚାଳିତ ଚାଷ ସୂଚାରୁରୂପେ କରିପାରେ।  କିନ୍ତୁ ଜଣେ ଚାଷୀ ପକ୍ଷରେ ଏତେ ଟଙ୍କା ଖର୍ଚ୍ଚ କରି ଏହି ସବୁ ଯନ୍ତ୍ରପାତି କିଣିବା କଷ୍ଟକର ହୋଇପଡ଼େ। ତେଣୁ କିଛି ଉଦ୍ୟୋଗୀ ସାମ୍ନାକୁ ଆସି ଏହି ସମସ୍ତ ଯନ୍ତ୍ରପାତି ବ୍ୟାଙ୍କ ୠଣ ସହାୟତାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରିହାତି ଦରରେ କିଣି ପାରୁଛନ୍ତି।

କୃଷି ଉଦ୍ୟୋଗୀମାନେ ଏହି ଯନ୍ତ୍ରପାତିର ସେଟ୍‌ କିଣି ଭଡ଼ା ସୂତ୍ରରେ ଅନ୍ୟ ଚାଷୀଙ୍କ ଚାଷ ଜମିରେ ଚାଷ କଲେ ଚାଷୀ ଲାଭବାନ ହେବା ସହିତ ଉଦ୍ୟେଗୀମାନେ ବି ଭଲ ଲାଭ ପାଇବେ।

ଏହାଦ୍ୱାରା ଜଣେ ଉଦ୍ୟେଗୀ ଅନ୍ତତଃ ୫/୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ। ଏହି ଯନ୍ତ୍ରପାତିଗୁଡ଼ିକୁ ଚାଷୀଙ୍କ ତରଫରୁ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ରିହାତି ଦରରେ ଯୋଗାଇ ଦିଆଯାଉଛି।

ଜଣେ ଉଦ୍ୟୋଗୀ ଚାହିଁଲେ ତାଙ୍କ ପାଖାପାଖି ରହୁଥିବା ଚାଷୀଙ୍କଠାରୁ ସବୁ ଯନ୍ତ୍ରପାତି ଏକାଠି ସଂଗ୍ରହ କରି ଭଡ଼ାସୂତ୍ରରେ ବ୍ୟବହାର କରି ନିଜେ ଲାଭ କରିବା ସହିତ ଚାଷୀଙ୍କର ସହାୟତା କରିପାରିବେ।

କୃଷୀ ଯନ୍ତ୍ରିକୀକରଣ କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ କୃଷି ଉଦ୍ୟୋଗୀଙ୍କୁ ଏହା ଏକ ଆହ୍ୱାନ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment