ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମନ୍ୱିତ ରୋଗ ପୋକ ପରିଚାଳନା କହିଲେ ଆମ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ଅନିଷ୍ଟକାରୀ ରୋଗପୋକ ନିୟନ୍ତ୍ରଣ କୌଶଳଗୁଡ଼ିକୁ ଏକାଠି କାର୍ଯ୍ୟକାରୀ କରିବାକୁ ବୁଝାଏ। ଏହି ପରିଚାଳନା ଦ୍ୱାରା ଆମ ପରିବେଶକୁ କୌଣସି କ୍ଷତି ନପହଞ୍ଚାଇ ରୋଗପୋକର ନିୟନ୍ତ୍ରଣ ଅନେକାଂଶରେ ସମ୍ଭବ ହୋଇଥାଏ।

ସମନ୍ୱିତ ରୋଗ ପୋକ ପରିଚାଳନା କୌଶଳରେ ୬ଟି ପଦ୍ଧତି ଥାଏ। ସେଗୁଡ଼ିକ ହେଲା,

  • କର୍ଷଣ ପଦ୍ଧତି
  • ଯାନ୍ତ୍ରିକ ପଦ୍ଧତି
  • ଦୈହିକ ପଦ୍ଧତି
  • ଜୈବିକ ପଦ୍ଧତି
  • ଉଦ୍ଭଦ ଜାତ ପଦାର୍ଥର ବ୍ୟବହାର
  • ରାସାୟନିକ ପଦ୍ଧତି

କର୍ଷଣ ପଦ୍ଧତି କ’ଣ?

କର୍ଷଣ ପଦ୍ଧତି କହିଲେ ଖରାଟିଆ ଚାଷ, ଫସଲ ଅବଶେଷ ପରିଚାଳନା, ସୁସ୍ଥ ବିହନ ବ୍ୟବହାର, ରୋଗ ପୋକ ସହିପାରୁଥିବା ବା ପ୍ରତିରୋଧୀ କିସମର ବ୍ୟବହାର, ବୁଣା ସମୟର ସମଯୋଜନ, ଫସଲ ପର୍ଯ୍ୟାୟ ଅନୁସରଣ, ଅନ୍ତ ଫସଲ, ଜନ୍ତା ଫସଲ ଓ ସୀମାନ୍ତ ଫସଲ ଓ ସଠିକ ଭାବେ ସାର, ଜଳ ପରିଚାଳନାକୁ ବୁଝାଏ।

ଯାନ୍ତ୍ରିକ ପଦ୍ଧତି କ’ଣ?

ଯାନ୍ତ୍ରିକ ପଦ୍ଧତିରେ ସମନ୍ୱିତ ରୋଗ ପରିଚାଳନା ପାଇଁ କେତେକ ଯନ୍ତ୍ର ବ୍ୟବହାର ହୋଇଥାଏ। ସେଗୁଡ଼ିକ ମଧ୍ୟରେ ରହିଛି ଆଲୋକ ଯନ୍ତା, ଅଠାଳିଆ ଯନ୍ତା, ଅପସାରଣ ଯନ୍ତ ଓ ବିଷ ଥୋପ ଇତ୍ୟାଦି। ଏହାଛଡ଼ା ଫସଲର ଆକ୍ରାନ୍ତ ଅଂଶ ଦୂରୀକରଣ, ଅଣ୍ଡା ପୁଞ୍ଜ ଓ ଲାଭା ସଂଗ୍ରହ କରି ନଷ୍ଟ କରିବା ଏବଂ ହସ୍ତ ପରିଚାଳିତ ଜାଲ ଦ୍ୱାରା କୀଟ ସଂଗ୍ରହ କରି ସେଗୁଡ଼ିକୁ ନଷ୍ଟ କରିଦେବା ଯାନ୍ତ୍ରୀକ ପଦ୍ଧତିର କୌଶଳ।

ଦୈହିକ ପଦ୍ଧତି

ତାପ ଉପଚାର, ଶୀତଳ ଉପଚାର, ଅଲଟ୍ରା ସୋନିକ ଶବ୍ଦର ବ୍ୟବହାର, ଚଢେଇ ଘଉଡ଼ା ଯନ୍ତ୍ରର ବ୍ୟବହାର ଆଜି ଦୈହିକ ପଦ୍ଧତିର ଗୋଟିଏ ଗୋଟିଏ ଉପାୟ।

ଜୈବିକ ପଦ୍ଧତି

ଜୈବିକ ପଦ୍ଧତିରେ ଶିକାରୀ ଜୀବ କିମ୍ବା ପରାଶ୍ରୟୀ ବ୍ୟବହାର କରି ମଧ୍ୟ ରୋଗ ପରିଚାଳନା କରାଯାଇପାରିବ।

ଉଦ୍ଭଦ ଜାତ ପଦାର୍ଥର ବ୍ୟବହାର

ଉଦ୍ଭଦ ଜାତ ପଦାର୍ଥର ବ୍ୟବହାର ଭାବେ ଲିମ୍ବ ପିଡ଼ିଆ, ଲିମ୍ବ ତେଲ ଓ ଲମ୍ବ ରସ ଭଳି ଉଦ୍ଭିଦରୁ ବାହାରୁଥିବା ତରଳାଂଶକୁ ପ୍ରୟୋଗ କରି ଜମିରେ ରୋଗ ପୋକ ପରିଚାଳନା ସମ୍ଭବ ହୋଇପାରିବ।

ରାସାୟନିକ ପଦ୍ଧତି

ରାସାୟନିକ ପଦ୍ଧତିରେ ସମନ୍ୱିତ ରୋଗ ପୋକ ପରିଚାଳନା ପାଇଁ କେତେକ ରାସାୟନିକ ପଦାର୍ଥର ବ୍ୟବହାର ହୋଇଥାଏ। ସେଗୁଡ଼ିକ ହେଲା ଆକର୍ଷକ ଦ୍ରବ୍ୟ, ବିକର୍ଷକ ଦ୍ରବ୍ୟ, ଚୟନମୂଳକ କୀଟନାଶୀ ଓ ବନ୍ଧ୍ୟା କାରକ ରସାୟନ ଆଦି।

Comment