ଓଡ଼ିଶାଲାଇଭ୍‌ ବ୍ୟୁରୋwall farming

ଆଜିର ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତ କରିଛି। ବିଶେଷକରି କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଆସିଛି, ଯାହାଦ୍ୱାରା ଭଲ ଅମଳ ହେବା ସହିତ ଚାଷ କାମ ସହଜ ହୋଇପାରିବ। କିନ୍ତୁ ଆପଣ ଭାବିଛନ୍ତି କି ଟେକ୍ନୋଲୋଜି ସାହାଯ୍ୟରେ କାନ୍ଥରେ ବି ଚାଷ କରାଯାଇପାରିବ। ଏହା ଅଦ୍ଭୁତ ଲାଗିଲେ ବି ସତ। ବିଶ୍ୱରେ ଏଭଳି ଏକ ଦେଶ ଅଛି ଯେଉଁଠି କାନ୍ଥରେ ଚାଷ କରଯାଉଛି। ଧାନ, ଗହମ ସହ ପରିବା ମଧ୍ୟ ଉତ୍ପାଦନ କରାଯାଉଛି।

ଏହାକୁ ଭର୍ଟିକାଲ ଫାର୍ମିଙ୍ଗ କୁହାଯାଏ। ତେବେ ଏଭଳି ଚାଷ କରୁଥିବା ଦେଶ ହେଉଛି ଇସ୍ରାଏଲ। ଏହି ଦେଶରେ ଚାଷଜମିର ଅଭାବ ଦେଖାଯାଏ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଭର୍ଟିକାଲ ଚାଷ ବା କାନ୍ଥରେ ଚାଷ କରିବା ପଦ୍ଧତି ଆପଣେଇଛନ୍ତି।

ଇସ୍ରାଏଲ୍ କମ୍ପାନି ଗ୍ରୀନୱାଲର ପ୍ରତିଷ୍ଠାତା ପିୟୋନିଅରଙ୍କ କହିବା ଅନୁଯାୟୀ ତାଙ୍କ କମ୍ପାନି ସହ ଗୁଗୁଲ୍ ଏବଂ ଫେସବୁକ୍ ଭଳି ବୃହତ କମ୍ପାନି ଯୋଡ଼ି ହୋଇଛନ୍ତି। ଯାହାର ସହଯୋଗରେ ଇସ୍ରାଏଲର ଅନେକ କାନ୍ଥରେ ଭର୍ଟିକାଲ ଫାର୍ମିଙ୍ଗ ପଦ୍ଧତିରେ ଚାଷ କରାଯାଉଛି।

ଏହି ପଦ୍ଧତିରେ ଗଛଗୁଡ଼ିକୁ ହାଣ୍ଡିରେ ଛୋଟ ୟୁନିଟରେ ଲଗାଯାଏ। କାନ୍ଥରୁ ହାଣ୍ଡି ଯେମିତି ପଡ଼ିନଯାଏ ସେ ବ୍ୟବସ୍ଥା ମଧ୍ୟ ହୋଇଥିାଏ। ଏହି ହାଣ୍ଡିରେ ଜଳସେଚନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଅବଶ୍ୟ କିଛି ସମୟ ପାଇଁ ଗଛକୁ କାନ୍ଥରୁ ବାହାର କରାଯାଇଥାଏ ଏବଂ ପରେ ପୁନର୍ବାର କାନ୍ଥରେ ରଖାଯାଏ।

ଇସ୍ରାଏଲ୍ ବ୍ୟତୀତ ଏହି ଚାଷ ପଦ୍ଧତି ଆମେରିକା, ୟୁରୋପ ଏବଂ ଚୀନରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଛି। ଏହିପରି ଚାଷର ସବୁଠାରୁ ବଡ଼ ଫାଇଦା ହେଉଛି ହେଉଛି କାନ୍ଥରେ ଉଦ୍ଭିଦ ରହିବା ଦ୍ୱାରା ଘରର ତାପମାତ୍ରା ବୃଦ୍ଧି ହୁଏ ନାହିଁ ଏବଂ ଏହା ଆଖପାଖ ପରିବେଶରେ ମଧ୍ୟ ଆର୍ଦ୍ରତା ବଜାୟ ରଖେ। ଏହା ବ୍ୟତୀତ ଶବ୍ଦ ପ୍ରଦୂଷଣର ପ୍ରଭାବ ମଧ୍ୟ କମିଯାଏ।

Comment