ଓଡ଼ିଶାଲାଇଭ୍‌ ବ୍ୟୁରୋcorona vaccine-1

ଆଜି ରାଜ୍ୟର ୨୬ ଜିଲ୍ଲାରୁ ୧୩୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୮୪ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୫୧୧ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, ସମ୍ବଲପୁରରୁ ୯୩, କଟକରୁ ୮୯, ବାଲେଶ୍ୱରରୁ ୭୯, ଗଜପତିରୁ ୬୧, ବଲାଙ୍ଗିରରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୪୬, ମାଲକାନଗିରିରୁ ୩୯, ରାୟଗଡ଼ାରୁ ୩୮, ବରଗଡ଼ରୁ ୩୩, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬, ଭଦ୍ରକରୁ ୨୫, ଜଗତସିଂହପୁରରୁ  ନୟଗଡ଼ରୁ ୨୨ ଜଣ ଲେଖାଏଁ, ଯାଜପୁରରୁ ୧୮, ପୁରୀରୁ ୧୭, ଅନୁଗୁଳରୁ ୧୩, ଢେଙ୍କନାଳ ଓ କେନ୍ଦ୍ରାପଡ଼ରୁ ୧୧, ଝାରସୁଗୁଡ଼ାରୁ ୭, ସୋନପୁରରୁ ୬, ନୂଆପଡ଼ାରୁ ୫, କଳାହାଣ୍ଡିରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୨୧, ୯୫୪ ସୁସ୍ଥ ହୋଇଥିଲା ବେଳ  ଆକ୍ଟିଭ୍‌ କେସ୍‌ ୧୪, ୦୯୪ ରହିଛି।

Comment