ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ସହରରେ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୧୨ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।  ଏଥିରେ ଅମରେନ୍ଦ୍ର ବଜାର ଲେନ, ସିଂହଗଳି, ଲକ୍ଷ୍ମୀ ବଜାର, ରାଜବଗିଚା ଓ କଲ୍ୟାଣ ମଣ୍ଡପ ଲେନ୍ ଆଦି କଣ୍ଟେନମେଣ୍ଟ ଜୋନ ଅନ୍ତର୍ଭୁକ୍ତ ହୋଇଛି।

ସହରାଞ୍ଚଳରେ ଘୋଷିତ କଣ୍ଟେନମେଣ୍ଟ ଜୋନ୍ ଉପରେ ନଜର ରଖି ନିୟମିତ ରିପୋର୍ଟ ପ୍ରଦାନ କରିବେ ଦାୟିତ୍ୱରେ ଥିବା ଅଧିକାରୀ। ସଂପୃକ୍ତ ଅଞ୍ଚଳରେ ଲାଗୁ କଟକଣା  କାର୍ଯ୍ୟକାରୀ କରିବା ଦିଗରେ ପୌରପରିଷଦ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି।

ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି। ଅଧିକ ମାତ୍ରରେ ସଂକ୍ରମଣ ବଢ଼ିବାରୁ ଓଡ଼ଗାଁ ବ୍ଲକ ଗୋଡିପଡ଼ା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ନିକଟବର୍ତ୍ତି ଗାଁ ପାଟୁଳିସାହି, ଡିମିସର, ମଝିଆଁଖଣ୍ଡ ଆଦି ୫ଟି ଗାଁକୁ ବଫର ଜୋନ ଭାବେ ରଖାଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫ ଟପିଛି।

Comment