ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଭିଡ୍‌ ସଙ୍କଟ ଭିତରେ କୋଣାର୍କରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଣାର୍କ ଅଧୀନସ୍ଥ ମାଙ୍କଡ଼ ଗୋରଡି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଚାରି କାନ୍ଧ ମିଳିନଥିଲା। ଶେଷରେ ତାଙ୍କୁ ଟ୍ରଲିରେ ଲଦି ଶ୍ମଶାନକୁ ନିଆଯାଇଥିଲା।

ମାଙ୍କଡ ଗୋରଡି ଗ୍ରାମର ୨୫ ବର୍ଷୀୟ ଯୁବକ ବିଚିତ୍ର ରାଉତ କିଛିଦିନ ହେଲା ଥଣ୍ତା ଜ୍ୱରରେ ଆକ୍ରାନ୍ତ ଥିଲେ।ତାଙ୍କର ଆଜି ମୃତ୍ୟୁ ହୋଇଥିଲା। ସେ କରୋନାରେ ମରିଥିବା ସନ୍ଦେହ କରି ଗାଁ ସାହି ଭାଇ କେହି କାନ୍ଧ ଦେଇନଥିଲେ। ଶବ ପ୍ରାୟ ୧୭ଘଣ୍ଟା ଧରି ପଡି ରହିଥିଲା। ଏହା ଜାଣିବା ପରେ କୋଣାର୍କ ଏନଏସି କର୍ମକର୍ତ୍ତାମାନେ ପିପିଇ କିଟ୍‌ ପିନ୍ଧି ଶବକୁ ଟ୍ରଲିରେ ଲଦି ମଶାଣିକୁ ନେଇଥିଲେ।

Comment