ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍‌ କେସ୍‌ ହ୍ରାସ ପାଉଛି। ହେଲେ ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜ ଆଣିପାରେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

‘‘ଅଗଷ୍ଟ ମାସରେ ଅଧିକ ସତର୍କ ରହିବାକୁ ପଡ଼ିବ। କରୋନା କଟକଣାକୁ ସମସ୍ତେ ମାନିବାକୁ ପଡ଼ିବ। ଯେଉଁମାନେ କଟକଣା ଭାଙ୍ଗିବେ ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍‌ଣ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍‌ଡାଉନ୍‌ ରହିବ। ଏହାସହ ପ୍ରତି ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ ଲାଗୁ ହେବ’’, କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇଯାଇଛି। ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି।

Comment