ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେମାନେ ବାହାରକୁ ଯାଇପାରିବେ ନାହିଁ।

ଖାଲି ସେତିକି ନୁହେଁ, ସରକାରୀ କର୍ମଚାରୀଙ୍କ ପାଇଁ ଆହୁରି କଡ଼ା ନିୟମ କରିଛନ୍ତି ଜିଲ୍ଲାପାଳ। ଛୁଟି ସାରି ଆସିଲେ କର୍ମଚାରୀମାନେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏହି କ୍ୱାରେଣ୍ଟାଇନ ସମୟ ସରକାରୀ ଛୁଟିରେ ଗଣାଯିବନି। ସେମାନଙ୍କ ବ୍ୟକ୍ତିଗତ ଛୁଟିରେ ଯିବ।

ମାଲକାନଗିରିରେ ବର୍ତ୍ତମାନସୁଦ୍ଧା ୭୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ଜିଲ୍ଲାରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment