ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ମହାନଗର ନିଗମ (ସିଏମସି)ରୁ ଆଜି ନୂଆ ୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କଣ୍ଟେନମେଣ୍ଟ ଜୋନରୁ ଏବଂ ୧୨ ଜଣ ସ୍ଥାନୀୟ ସଂକ୍ରମଣ। ସେହିପରି ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ସହରରେ କରୋନାର ହଟସ୍ପଟ୍ ପାଲଟିଥିବା ମାଲଗୋଦାମର ବେହେରା ସାହିରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୦ରେ ପହଞ୍ଚିଛି। ସହରରେ ସକ୍ରିୟ କେସ୍ ସଂଖ୍ୟା ୭୬୭ ରହିଛି। ଏହାସହ ୧୦ ଜୀବନ ନେଇଛି ମହାମାରୀ କରୋନା। ବର୍ତ୍ତମାନ ସୁଦ୍ଧା ସହରରେ ୬୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment