ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରୁ ଆଜି ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିଧ୍ୟରୁ ୬୦ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୧୬ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୬ରେ ପହଞ୍ଚିଛି।

ସହରରୁ ୭୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୭୭୩। ସେହିପରି ଏଯାବତ୍ ସହରରୁ ୧୦ ଜୀବନ ନେଇଛି ମହାମାରୀ କରୋନା। ସହରରେ କରୋନାର ହଟସ୍ପଟ୍ ସାଜିଥିବା ମାଲଗୋଦାମ ବେହେରା ସାହିରୁ ଆଜି ନୂଆ ୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହି ୪୬ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ପୁରୁଷ ଏବଂ ୩୦ ମହିଳା ରହିଛନ୍ତି। ସେହିପରି ସାହାଜାଦା ବଜାରରୁ ୪, ଦେଓ୍ଵାନ ବଜାରରୁ ୩ ଏବଂ ବକ୍ସି ବଜାରରୁ ୨ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମସି ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Comment