ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୃତ୍ୟୁ ହାର ୦.୫୮ ପ୍ରତିଶତ
  • ସୁସ୍ଥ ହୋଇଛନ୍ତି ୫୮.୯୬ ପ୍ରତିଶତ

ନୟାଗଡ଼ ଜିଲ୍ଲାରେ କୋଭିଡ୍ ଭୂତାଣୁ ସଂକ୍ରମଣ ହାର ୮.୧୭ ପ୍ରତିଶତ ରହିଛି। ଅଗଷ୍ଟ ୭ ତାରିଖ ସୁଦ୍ଧା ସଂଗୃହିତ ୧୦ ହଜାର ୬୭୮ ସ୍ୱାବ ମଧ୍ୟରୁ ୧୦ ହଜାର ୫୮୭ଟିର ଟେଷ୍ଟିଙ୍ଗ୍ ରିପୋର୍ଟ ମିଳିଛି। ସେଥିରେ ୮୬୫ ପଜିଟିଭ ଥିବାବେଳେ ୯ ହଜାର ୭୨୨ ନେଗେଟିଭ୍ ରିପୋର୍ଟ ଆସିଛି। ୯୧ ଜଣଙ୍କ ସ୍ୱାବ ରିପୋର୍ଟ ପହଞ୍ଚି ନାହିଁ।

କରୋନା ସଂକ୍ରମଣ କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଜିଟିଭ ରୋଗୀ ସଂଖ୍ୟାର ୦.୫୮ ପ୍ରତିଶତ। ସୂଚନା ଅନୁଯାୟୀ ନୟାଗଡ଼ ସହରାଞ୍ଚଳରୁ ଜଣେ, ରଣପୁର, ନୂଆଗାଁ, ଗଣିଆଁ ଓ ଦଶପଲ୍ଲା ବ୍ଲକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେପଟେ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୦ ଜଣ ସୁସ୍ଥ ହୋଇଛନ୍ତି। ଏହା କରୋନା ପଜିଟିଭ ସଂଖ୍ୟାର ୫୮.୯୬ ପ୍ରତିଶତ। ଏହାଛଡ଼ା ୩୫୦ ଜଣ କରୋନା ପଜିଟିଭ ରୋଗୀ ରହିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି।

ଜିଲ୍ଲାରେ କରୋନା ସ୍ଥିତିକୁ ଦେଖିଲେ ପୂର୍ବ ଅପେକ୍ଷା ସ୍ୱାବ ଓ ଆଣ୍ଟିଜେନ ପରୀକ୍ଷା ବଢ଼ିଛି। ଫଳରେ ପଜିଟିଭ୍ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ସ୍ୱାଭାବିକ କଥା। ପଜିଟିଭ୍ ଚିହ୍ନଟ ହେଉଥିବା ଜନବସତିକୁ କଣ୍ଟେନମେଣ୍ଟଜୋନ ଘୋଷଣା କରୁଛି ପ୍ରଶାସନ। ସଂକ୍ରମଣ କମ କରିବାକୁ ସହର ଓ ଗ୍ରାମାଞ୍ଚଳରେ ପ୍ରାୟ ୨୦ରୁ ଅଧିକ ଜନବସତିକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ସୂଚନା ମିଳିଛି।

Comment