ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପ୍ରକ୍ରିୟା ଜାରି ରହିଛି। ଏବେ ଏହି ତାଲିକାରେ ଚିଲିକା, ବାଲୁଗାଁ ଓ ବାଣପୁର ଯୋଡ଼ି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚିଲିକା ଓ ବାଣପୁର ବ୍ଲକ୍ ଏବଂ ବାଣପୁର ଓ ବାଲୁଗାଁ ଏନ୍‌ଏସିକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଘୋଷଣା କରାଯାଇଛି।

ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ସଟ୍‌ଡାଉନ୍ ଜାରି ହେବ। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।ସେହିପରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। କଟକଣାକୁ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comment