ଓଡିଶାଲାଇଭ୍ କରୋନା ବ୍ୟୁରୋcorona vaccine-1

  • ଦିନକରେ ୧୩୪୧ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୮୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୩ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୮,୭୯୬କୁ ବୃଦ୍ଧି

ଆଜି ରାଜ୍ୟର ୨୯ ଜିଲ୍ଲାରୁ ଆଉ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୮୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୮ ଜଣ, ସୁନ୍ଦରଗଡ଼ରୁ ୯୧ ଜଣ, ଭଦ୍ରକରୁ ୮୩ ଜଣ, କଟକରୁ ୭୬ ଜଣ, ରାୟଗଡ଼ାରୁ ୭୫ ଜଣ, ଝାରସୁଗୁଡ଼ାରୁ ୬୭ ଜଣ, ନୟାଗଡ଼ରୁ ୫୭ ଜଣ, ବରଗଡ଼ରୁ ୫୬ ଜଣ, ବାଲେଶ୍ଵରରୁ ୫୪ ଜଣ, କୋରାପୁଟରୁ ୪୫ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, ବଲାଙ୍ଗିରରୁ ୨୭ ଜଣ, ସମ୍ବଲପୁରରୁ ୨୬ ଜଣ, କଳାହାଣ୍ଡିରୁ ୨୫ ଜଣ, କେନ୍ଦୁଝରରୁ ୨୩ ଜଣ, ଗଜପତିରୁ ୨୦ ଜଣ, ମାଲକାନଗିରିରୁ ୧୭ ଜଣ, ପୁରୀରୁ ୧୬ ଜଣ, ଜଗତସିଂହପୁରରୁ ୧୬ ଜଣ, କନ୍ଧମାଳରୁ ୧୬ ଜଣ, ଯାଜପୁରରୁ ୧୫ ଜଣ, ଢେଙ୍କାନାଳରୁ ୧୪ ଜଣ, ସୋନପୁରରୁ ୧୪ ଜଣ, ବୌଦ୍ଧରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ, ନୂଆପଡ଼ାରୁ ୭ ଜଣ, ନବରଙ୍ଗପୁରରୁ ୬ ଜଣ ଓ ଅନୁଗୁଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୮,୭୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ୩୩,୦୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୪୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment