ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

  • ଦିନକରେ ସର୍ବାଧିକ ୧୮୭୬ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧୧୮୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯୪ ଜଣ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨କୁ ବୃଦ୍ଧି

ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ପୁଣି ଥରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ୩୦ ଜିଲ୍ଲାରୁ ସର୍ବାଧିକ ୧୮୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧୧୮୨ ଜଣ ଥିବା ବେଳେ ୬୯୪ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୬୦ ଜଣ, ସୁନ୍ଦରଗଡ଼ରୁ ୧୧୯ ଜଣ, କଟକରୁ ୧୦୯ ଜଣ, ନୟାଗଡ଼ରୁ ୧୦୫ ଜଣ, ରାୟଗଡ଼ାରୁ ୯୮ ଜଣ, ବାଲେଶ୍ଵରରୁ ୮୧ ଜଣ, ପୁରୀରୁ ୮୦ ଜଣ, କୋରାପୁଟରୁ ୭୭ ଜଣ, ଗଜପତିରୁ ୭୧ ଜଣ, ମୟୂରଭଞ୍ଜରୁ ୭୦ ଜଣ, କେନ୍ଦ୍ରାପଡ଼ାରୁ ୫୮ ଜଣ, ଯାଜପୁରରୁ ୫୩ ଜଣ, ଭଦ୍ରକରୁ ୫୦ ଜଣ, କଳାହାଣ୍ଡିରୁ ୪୧ ଜଣ, ସମ୍ବଲପୁରରୁ ୩୬ ଜଣ, ଢେଙ୍କାନାଳରୁ ୩୬ ଜଣ, ବଲାଙ୍ଗିରରୁ ୩୧ ଜଣ, ନବରଙ୍ଗପୁରରୁ ୩୦ ଜଣ, କନ୍ଧମାଳରୁ ୩୦ ଜଣ, ଜଗତସିଂହପୁରରୁ ୨୬ ଜଣ, ମାଲକାନଗିରିରୁ ୨୪ ଜଣ, ସୁବର୍ଣ୍ଣପୁରରୁ ୨୨ ଜଣ, କେନ୍ଦୁଝରରୁ ୨୧ ଜଣ, ଅନୁଗୁଳରୁ ୧୫ ଜଣ, ବରଗଡ଼ରୁ ୧୫ ଜଣ, ବୌଦ୍ଧରୁ ୧୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, ନୂଆପଡ଼ାରୁ ୩ ଜଣ ଓ ଦେବଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪,୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୫୦୯ ଜଣ ଚିକିତ୍ସାଧୀନ ଅଛନ୍ତି।

Comment