ଓଡିଶାଲାଇଭ୍ କରୋନା ବ୍ୟୁରୋcorona case

  • ଦିନକରେ ସର୍ବାଧିକ ୧୯୮୧ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧୨୨୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୭୫୬ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୨୨୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୫୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୬୭ ଜଣ, କନ୍ଧମାଳରୁ ୧୭୯ ଜଣ, କଟକରୁ ୧୩୧ ଜଣ, ଅନୁଗୁଳରୁ ୬ ଜଣ, ବାଲେଶ୍ଵରରୁ ୫୯ ଜଣ, ବରଗଡ଼ରୁ ୨୭ ଜଣ, ଭଦ୍ରକରୁ ୬୫ ଜଣ, ବଲାଙ୍ଗୀରରୁ ୨୭ ଜଣ, ବୌଦ୍ଧରୁ ୨୨ ଜଣ, ଦେବଗଡ଼ରୁ ୧୬ ଜଣ, ଢେଙ୍କାନାଳରୁ ୩୯ ଜଣ, ଗଜପତିରୁ ୮ ଜଣ, ଜଗତସିଂହପୁରରୁ ୪୨ ଜଣ, ଯାଜପୁରରୁ ୬୦ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୩୯ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, କେନ୍ଦୁଝରରୁ ୨୩ ଜଣ, କୋରାପୁଟରୁ ୯୭ ଜଣ, ମାଲକାନଗିରିରୁ ୬୪ ଜଣ, ମୟୂରଭଞ୍ଜରୁ ୩୭ ଜଣ, ନବରଙ୍ଗପୁରରୁ ୧୮ ଜଣ, ନୟାଗଡ଼ରୁ ୫୬ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୭୭ ଜଣ, ରାୟଗଡ଼ାରୁ ୫୫ ଜଣ, ସମ୍ବଲପୁରରୁ ୩୮ ଜଣ ଏବଂ ସୋନପୁରରୁ ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୬,୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୮୦୮ଟି ଆକ୍ଟିଭ୍ କେସ୍ ରହିଛି।

Comment