ଓଡିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବଜାରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ଆଜି ଅପରାହ୍ନ ୨ଟାରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଜାରକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ତେବେ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ ପାଇଁ କଟକଣାକୁ କୋହଳ କରାଯାଇଛି। ୧୫ ତାରିଖ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବା ନେଇ ସୂଚନା ମିଳିଛି।ମାତ୍ର ୧୦ ଜଣ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ସ୍ଵାଧୀନତା ଦିବସ ପାଳନ କରିବାକୁ କଟକଣା ଜାରି ହୋଇଛି। ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦିନ ୧୧ଟାରୁ ପୁଣି କଟକଣା ଜାରି ହେବ ବୋଲି ସୂଚନା ମିଳିଛି।BGUଯାଜପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧,୮୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୪୦୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିସହ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment