ଓଡିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ବୈପାରୀଗୁଡ଼ା ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ବୈପାରୀଗୁଡ଼ା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ମହୁଲିପୁଟରୁ ଜୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ଖବର ପାଇବା ପରେ ବୈପାରୀଗୁଡ଼ା ପୋଲିସ ଚଢ଼ାଉ କରି ଗାଡ଼ି ସହ ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଜାମଝରି ଗ୍ରାମର ଭୋଗବାନ ଗୌଡ଼ ଓ ପ୍ରହ୍ଲାଦ ଖରା। ଥାନା କେସ୍ ନମ୍ବର ୧୦୨/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।BGUମାଜିଷ୍ଟ୍ରେଟ ତଥା ବୈପାରୀଗୁଡ଼ା ତହସିଲଦାର କୌଳାଶ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା। ବୈପାରୀଗୁଡ଼ା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Comment