ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡ ଫିଲ୍ମ ‘ଦୃଶ୍ୟମ’ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ନିଶିକାନ୍ତଙ୍କ ମୃତ୍ୟୁ ପରେ ‘ଦୃଶ୍ୟମ’ ଅଭିନେତା ଅଜୟ ଦେବଗନ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି।ବଲିଉଡର ଅନ୍ୟ କଳାକାରମାନେ ବି ଶୋକ ପ୍ରକାଶ କରିଛନ୍ତି।BGU

୨୦୦୫ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଏହାପରେ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ। ୨୦୧୫ରେ ଫିଲ୍ମ ଦୃଶ୍ୟମରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା। ଜଣେ ନିର୍ଦ୍ଦେଶକ ହେବା ସହିତ ନିଶିକାନ୍ତ ଜଣେ ଭଲ ଅଭିନେତା ମଧ୍ୟ।

ଦୃଶ୍ୟମ ବ୍ୟତୀତ ରକି ହ୍ୟାଣ୍ଡସମ, ମଦାରି ଭଳି ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ।

Comment