ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏମିତି କିଛି ମନ୍ଦିର ଯାହା ଦେଖିବାକୁ ବହୁତ ସୁନ୍ଦର। ଏହି ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗେ। ଏଥିସହିତ ଏହି ମନ୍ଦିର ଧନ ସମ୍ପତ୍ତି ବି ଢେର। ଯେଉଁଥିପାଇଁ ଏହି ମନ୍ଦିର ସବୁକୁ ଭାରତର ସବୁଠୁ ଧନୀ ମନ୍ଦିର ଭାବେ ମାନ୍ୟତା ମିଳିଛି। ଆସନ୍ତୁ ଜାଣିବା ସେମତି କିଛି ମନ୍ଦିର ବିଷୟରେ।

ପଦ୍ମନାଭ ମନ୍ଦିର

ଏହି ମନ୍ଦିରରେ କେରଳରେ ରହିଛି। ଏହା ଦେଖିବାକୁ ଖୁବ୍‌ ସୁନ୍ଦର। ପ୍ରତିଦିନ ଏଠି ଭକ୍ତଙ୍କ ଭିଡ଼ ଲାଗେ। ଏହି ମନ୍ଦିରର ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କର ସମ୍ପତ୍ତି ରହିଛି।BGU

ତିରୁପତି ବାଲାଜୀ ମନ୍ଦିର

ସାରାଭାରତରେ ଏହି ମନ୍ଦିର ଖୁବ୍‌ ପ୍ରସିଦ୍ଧ। ଏହା ଆନ୍ଧ୍ରପ୍ରଦେଶରେ ରହିଛି। ପ୍ରତିବର୍ଷ ଏହି ମନ୍ଦିରରେ ୬ କୋଟିରୁ ଅଧିକ ଟଙ୍କା କେବଳ ଦାନ ଆକାରରେ ମିଳିଥାଏ। ଏହି ମନ୍ଦିରରୁ ପ୍ରତବର୍ଷ ୮୩ କୋଟିରୁ ଅଧିକ ଟଙ୍କା ଲଡୁ ବିକ୍ରି ହୋଇଥାଏ।

ବୈଷ୍ଣୋ ଦେବୀ ମନ୍ଦିର

ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଜମ୍ମୁ କଶ୍ମୀରରେ ରହିଛି। ଏହି ମନ୍ଦିରକୁ ବହୁ ଦୂର ଦୂରାନ୍ତରୁ ଲୋକ ଆସନ୍ତି। ପ୍ରତିବର୍ଷ ଏହି ମନ୍ଦିରକୁ ଦାନ ଆକାରରେ ୫୦୦ କୋଟିରୁ ଅଧିକ ଟଙ୍କା ମିଳିଥାଏ।

ଶିରିଡ଼ି ସାଇ ମନ୍ଦିର

ଶିରିଡି ସାଇ ମନ୍ଦିର ମହାରାଷ୍ଟ୍ରରେ ରହିଛି। ସାରାଦେଶରେ ଶିରିଡ଼ିଙ୍କ ଭକ୍ତ ଥିବାରୁ ଏହି ମନ୍ଦିରରେ ବି ଭକ୍ତ ଭିଡ଼ ଲାଗେ। ବର୍ଷକୁ ଏହି ମନ୍ଦିରରେ ୩୬୦ କୋଟିରୁ ଅଧିକ ଟଙ୍କା ଦାନ ମିଳିଥାଏ।

ସ୍ୱର୍ଣ୍ଣ ମନ୍ଦିର

ଶିଖ ସମ୍ପ୍ରଦାୟର ସବୁଠୁ ବଡ଼ ଗୁରୁଦ୍ୱାର ପଞ୍ଜାବ ଅମୃତସରରେ ରହିଛି। ଏଠାରେ ପ୍ରତିବର୍ଷ ଶ୍ରଦ୍ଧାଳୁ ୫୦୦ କୋଟିରୁ ଅଧିକ ଟଙ୍କା ଦେଇଥାନ୍ତି।

ଜଗନ୍ନାଥ ମନ୍ଦିର

ପୁରୀର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ସାରାବିଶ୍ୱରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଅଛନ୍ତି। ଏହି ମନ୍ଦିରର ବାର୍ଷିକ ଆୟ ୫୦ କୋଟିର ଅଧିକ। ଏହାଛଡ଼ା ଭାରତର ଧନୀ ମନ୍ଦିର ତାଲିକାରେ ମୀନାକ୍ଷି ମନ୍ଦର, ସିଦ୍ଧିବିନାୟକ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର ରହିଛି।

Comment