ଓଡ଼ିଶାଲାଇଭ୍ ବ୍ୟୁରୋ

corona death

  • ଆଜି କରୋନାରେ ୧୦ ମୃତ୍ୟୁ
  • ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ମୃତ
  • ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି

ଗୋଟିଏ ପଟେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ଅନ୍ୟପଟେ କରୋନା ମୃତ୍ୟୁରେ ମଧ୍ୟ ବ୍ରେକ୍ ଲାଗୁନି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଖି ବୁଜିଛନ୍ତି ଆଉ ୧୦ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ ଜଣ ରହିଥିବାବେଳେ ଭୁବନେଶ୍ୱରରୁ ୨ଜଣ ରହିଛନ୍ତି। ସେହିପରି ଅନଗୁଳ, କୋରାପୁଟ, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। BGU

ଏହି ଆକ୍ରାନ୍ତମାନେ କରୋନାରେ ପଜିଟିଭ୍ ଥିବା ସହିତ ଡାଇବେଟିସ୍, ହାଇପରଟେନସନ ଆଦି ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି।

ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସେହିଭଳି ଖୋର୍ଦ୍ଧାରେ ଏହି ସଂଖ୍ୟା ୫୪, କଟକରେ ୧୯, ରାୟଗଡ଼ାରେ ୧୭, ଗଜପତିରେ ୧୬ ଓ ସୁନ୍ଦରଗଡ଼ରେ ୨୪ ରହିଛି।

Comment