ଓଡ଼ିଶାଲାଇଭ୍‌ ବ୍ୟୁରୋ

୫୫ ହଜାର ଟଙ୍କାରେ ନିଲାମ ହୋଇଛି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଏହି ଶାଢିକୁ କିଣିଛନ୍ତି ଆଇଆଇଟି ଗୌହାଟିର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ଦେବାଂଶୀଙ୍କ ଘର ଭଦ୍ରକ। ସେ ଗୌହାଟିରେ ପଢ଼ୁଛନ୍ତି।

ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ିର ଅନଲାଇନ ନିଲାମ କରାଯାଇଥିଲା। ଏହି ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ ମେହରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।BGU

କିଛି ଦିନରୁ ପୂର୍ବରୁ ରିଲିଜ ହୋଇଥିବା ଦିବ୍ୟାଙ୍କ ଫିଲ୍ମ ‘ଶଙ୍କୁନ୍ତଳା ଦେବୀ’ରେ ବିଦ୍ୟା ଏହି ଶାଢ଼ି ପିନ୍ଧିଥିଲେ। ଶାଢ଼ି ପିନ୍ଧିବା ପରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରିଥିଲେ। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।

Comment