ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଉଟ୍ ଡୋର ବନ୍ଦ ରହିବ
  • ଜରୁରୀ ବିଭାଗ ଖୋଲା ରହିବ
  • ଫିଭର କ୍ଲିନିକ୍ ଖୋଲା ରହିବ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩୭ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଆସନ୍ତା ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୧ ତାରିଖ ଅପରାହ୍‌ଣ ୪ଟାରୁ ୨୪ ତାରିଖ ଅପରାହ୍‌ଣ ୪ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।

BGUଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ କହିଛନ୍ତି ଯେ, ଏବେ ୩୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୭ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି।

ଏହି ଚିକିତ୍ସାଳୟର କ୍ଷେତ୍ର କର୍ମଚାରୀମାନେ ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ କ୍ୱାରେଣ୍ଟାଇନ ସେଣ୍ଟରମାନଙ୍କରୁ ସ୍ୱାବ୍‌ ସଂଗ୍ରହ ସମୟରେ ସଂକ୍ରମିତ ହୋଇଥିବା କୁହାଯାଉଛି। ଏହି ସଂକ୍ରମିତ କର୍ମଚାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ କର୍ମଚାରୀମାନଙ୍କ ସହିତ ମିଶିବାରୁ ସେମାନେ ସଂକ୍ରମିତ ହୋଇଥିବାର ଜଣାପଡୁଛି। ତେବେ ଜନସାଧାରଣ କୌଣସି ଭୟଭୀତ ନହେବାକୁ ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି।

ଏହି ସଟ୍‌ଡାଉନ୍‌ ସମୟରେ ସାଧାରଣ ରୋଗୀମାନଙ୍କ ପାଇଁ ଆଉଟ୍ ଡୋର ବନ୍ଦ ରହିବ। ଜରୁରୀ ବିଭାଗ ଖୋଲା ରହିବ। ଫିଭର କ୍ଲିନିକ୍ ଖୋଲା ରହିବ ଏବଂ ଜରୁରୀ ଅସ୍ତ୍ରୋପଚାର ବନ୍ଦ ହେବନାହିଁ। ପ୍ରସୂତୀମାନଙ୍କ ଅସ୍ତ୍ରୋପଚାର ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

LEAVE A REPLY

Please enter your comment!
Please enter your name here