ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଆଇପିଏଲ୍‌ ସେପ୍ଟେମ୍ଵର ୧୯ରୁ ନଭେମ୍ଵର ୧୦ ତାରିଖ ପର୍ଯ୍ୟନ୍ତ ଆଠଗୋଟି ଦଳକୁ ନେଇ ଦୁବାଇରେ ଖେଳାଯିବ। କରୋନା ଗାଇଡଲାଇନ୍ ସହ ପଡ଼ିଆକୁ ଓହ୍ଲାଇବେ ଖେଳାଳିମାନେ। ଯାହାର ନେତୃତ୍ୱ ନେବେ ୮ ଜଣ ଅଧିନାୟକ। ତେବେ ଏହି ୮ଟି ଦଳର ଅଧିନାୟକ କିଏ ତାହା ଆପଣ ଜାଣିଛନ୍ତି କି?

ଆସନ୍ତୁ ଜାଣିବା ଆଇପିଏଲ୍ ଦଳମାନଙ୍କର ଅଧିନାୟକ କିଏ?

ଚେନ୍ନାଇ ସୁପର୍ କିଙ୍ଗସ୍

ପୂର୍ବପରି ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର୍ କିଙ୍ଗର ଅଧିନାୟକ ରହିବେ। କାରଣ ତାଙ୍କରି ନେତୃତ୍ୱରେ ହିଁ ଚେନ୍ନାଇ ତିନୋଟି ଆଇପିଏଲ୍ ଟ୍ରଫି ହାତେଇବା ସହିତ ସବୁଠୁ ଅଧିକ ଥର ପ୍ଲେଅଫ୍ ଯୋଗ୍ୟତା  ହାସଲ କରିଛି। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଧୋନୀ ଆଇପିଏଲ୍ ଉପରେ ଫୋକସ୍ ରଖିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଶ୍ରେୟାସ୍ ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଆଗଧାଡ଼ିର ଯୁବ କ୍ରିକେଟର। ତାଙ୍କ କ୍ୟାପ୍‌ଟେନସିପ୍‌ରେ ପୂର୍ବବର୍ଷ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିଥିଲା। ତେଣୁ ଦଳର ମ୍ୟାନେଜମେଣ୍ଟ ପୁଣି ଥରେ ତାଙ୍କ ନେତୃତ୍ୱ ଉପରେ ଭରସା ରଖିଛନ୍ତି।

କିଙ୍ଗ୍ ଇଲେଭେନ୍ ପଞ୍ଜାବ

କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଧିନାୟକ ଭାବେ ଏଥର ପଡିଆକୁ ଓହ୍ଲାଇବେ ଯୁବ କ୍ରିକେଟର କେଏଲ୍ ରାହୁଲ। ରାହୁଲ ବ୍ୟାଟିଂ ସହିତ ଓ୍ଵିକେଟ୍ କିପିଂରେ ଭଲ ପ୍ରଦର୍ଶନ କରୁଛନ୍ତି। ତାଙ୍କ ସହଯୋଗରେ ଟିମ୍ ଅନେକ ସଫଳତା ହାସଲ କରିଛି ତେଣୁ ଦଳ ତାଙ୍କୁ ଏଥର ନେତୃତ୍ୱ ଭାର ଦେଇଛି।

କୋଲକାତା ନାଇଟ୍ ରାଇଡର୍ସ

ଦିନେଶ କାର୍ତ୍ତିକ ହେଉଛନ୍ତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ। ଟିମ୍ ଇଣ୍ଡିଆରେ ଉଭୟ ବ୍ୟାଟିଂ ଏବଂ ଓ୍ଵିକେଟ୍ କିପିଂରେ ଭଲ ପ୍ରଦର୍ଶନ କରିଛନ୍ତି କାର୍ତ୍ତିକ। ଏପରିକି ଗତ ସିଜିନରେ ମଧ୍ୟ ସେ ଦଳ ପକ୍ଷରୁ ଅଧିନାୟକ ଥିଲେ। ତେଣୁ ଦଳ ଅଧିନାୟକ ଭାବେ ତାଙ୍କଠାରୁ ଆଉ ଏକ ଭଲ ସିଜିନ୍ ଆଶା ରଖିଛି।ମୁମ୍ଵାଇ ଇଣ୍ଡିଆନ୍‌ସ

ହିଟ୍ ମ୍ୟାନ୍ ରୋହିତ ଶର୍ମା ହେଉଛନ୍ତି ମୁମ୍ଵାଇ ଇଣ୍ଡିଆନ୍‌ସର ଅଧିନାୟକ। ଟିମ୍ ଇଣ୍ଡିଆରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ରୋହିତ ଜଣେ। ଏହା ସହ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେଉଛନ୍ତି ରୋହିତ। ତାଙ୍କ ଧୁଆଁଧାର ବ୍ୟାଟିଂରେ ଅନେକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ତାଙ୍କ କ୍ୟାପ୍‌ଟେନସିପ୍‌ରେ ମୁମ୍ଵାଇ ଇଣ୍ଡିଆନ୍‌ସ ମଧ୍ୟ ସର୍ବାଧିକ ୪ଥର ଆଇପିଏଲ୍ ଟ୍ରଫି ଜିତିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକ। କ୍ରିକେଟ୍ ଦୁନିଆରେ ଜଣେ ଗେମ୍‌ଚେଞ୍ଜରଭାବେ ପରିଚିତ କୋହଲି। ହେଲେ ଆଜି ଯାଏ ତାଙ୍କ ନେତୃତ୍ୱରେ ଦଳ ସେଭଳି କୌଣସି ସଫଳତା ହାସଲ କରିପାରିନାହିଁ। ଯାହାକୁ ସେ ଚଳିତ ବର୍ଷ ଭୁଲ ପ୍ରମାଣିତ କରିବାକୁ ଚାହିଁବେ।BGUରାଜସ୍ଥାନ ରୟାଲ୍ସ

ଷ୍ଟିଭ୍ ସ୍ମିଥ୍ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ। ପୂର୍ବରୁ ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ଥିବା ସ୍ମିଥ ପୂର୍ବରୁ ମଧ୍ୟ ରାଜସ୍ଥାନର ନେତୃତ୍ୱ ନେଇସାରିଛନ୍ତି। ତେଣୁ ଦଳ ଏଥର ମଧ୍ୟ ତାଙ୍କ ନେତୃତ୍ୱରେ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି।

ସନ୍‌ରାଇଜର୍ସ ହାଇଦ୍ରାବାଦ୍

ଅଷ୍ଟ୍ରେଲିଆନ୍ କ୍ରିକେଟର୍ ଡେଭିଡ୍ ଓ୍ଵାର୍ଣ୍ଣର ହେଉଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦ୍ର ଅଧିନାୟକ। ସେ ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମଧ୍ୟ। ବିଗତ ବର୍ଷମାନଙ୍କରେ ଆଇପିଏଲ୍‌ରେ ବ୍ୟାଟିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ ଯୋଗୁଁ ତିନିଥର ଅରେଞ୍ଜ କ୍ୟାପର ଦାବିଦାର ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here