ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଜାଲରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ନେତା। ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ଟୁଇଟରେ କରି ସେ ଲେଖିଛନ୍ତି ଯେ, କରୋନା ଲକ୍ଷଣ ଦେଖାଯଇବା ପରେ ସେ ତାଙ୍କର ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏଥିସହ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ କିଛିଦିନ ଧରି ଯେଉଁ ଲୋକମାନେ ତାଙ୍କ ସହ ଯୋଗାଯୋଗ ଓ ସଂସ୍ପର୍ଶରେ ଥିଲେ ସେମାନେ ମଧ୍ୟ ନିଜକୁ ଅଲଗା ରଖିବା ସହିତ କୋଭିଡ୍ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି।BGUଏହାପୂର୍ବରୁ ମଧ୍ୟ ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment