ଓଡିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୬୯,୨୩୯ ଆକ୍ରାନ୍ତ, ୯୧୨ ମୃତ
  • ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୪,୯୪୧କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ। ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୯ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ୬୯,୨୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୪,୯୪୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨,୮୦,୫୬୭ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୭,୬୬୮ଟି ଆକ୍ଟିଭ୍ କେସ୍ ରହିଛି।BGUସେହିପରି ଆଜି ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୧,୯୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାମିଲନାଡ଼ୁରେ ୬,୪୨୦ ଜଣ, କର୍ଣ୍ଣାଟକରେ ୪,୬୧୫ ଜଣ ଓ ଦିଲ୍ଲୀରେ ୪,୨୮୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment