ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି କ୍ରିକେଟ ଧନ୍ ଧନା ଧନ୍ ପ୍ଲାନ୍ ଅଫର। ଜାଣନ୍ତୁ କେଉଁ ପ୍ଲାନ୍‌ରେ କ’ଣ ରହିଛି ସୁବିଧା।

ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)କୁ ନେଇ ଉତ୍ସାହିତ ଥିବା କ୍ରିକେଟପ୍ରେମୀଙ୍କ ପାଇଁ ଜିଓ ଆଣିଛି କ୍ରିକେଟ ଧନ୍ ଧନା ଧନ୍ ପ୍ଲାନ୍ ଅଫର। ଏହି ଦମ୍‌ଦାର୍ ଅଫର ଜରିଆରେ ଉପଭୋକ୍ତାଙ୍କୁ ଦୁଇଟି ପ୍ଲାନ୍ ପ୍ରଦାନ କରାଯାଉଛି। ଏହି ଅଫରରେ ଡିଜ୍‌ନି ଓ ହଟ୍‌ଷ୍ଟାର୍ ଭିଆଇପିର ୩୯୯ ଟଙ୍କିଆ ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ମିଳିବ। ଏହାଦ୍ଵାରା ଗ୍ରାହକମାନେ ଆଇପିଏଲ୍‌ର ପ୍ରତିଟି ମ୍ୟାଚ୍‌କୁ ଲାଇଭ୍ ଦେଖିପାରିବେ।

୪୯୯ ଟଙ୍କିଆ ଡାଟା ପ୍ଲାନ୍

ଏହି ଅଫରରେ ଗ୍ରାହକମାନେ ଡିଜ୍‌ନି ଓ ହଟ୍‌ଷ୍ଟାର୍ ଭିଆଇପିର ୩୯୯ ଟଙ୍କିଆ ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ପାଇପାରିବେ। ଏଥିରେ ଗ୍ରାହକଙ୍କୁ ବର୍ଷେ ପର୍ଯ୍ୟନ୍ତ ଡିଜ୍‌ନି ଓ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମିଳିବ। ଏହାଦ୍ଵାରା ଗ୍ରାହକମାନେ ଆଇପିଏଲ୍‌ର ପ୍ରତିଟି ଲାଇଭ୍ ମ୍ୟାଚ୍‌କୁ ଉପଭୋଗ କରିପାରିବେ।

ଜିଓ ପ୍ରିପେଡ୍ ଗ୍ରାହକଙ୍କଠାରୁ ଏହି ସ୍ପେଶାଲ ପ୍ଲାନ୍ ପାଇଁ କୌଣସି ଶୁଳ୍କ ନିଆଯିବନି। ଏଥିରେ ଗ୍ରାହକମାନେ ଅନ୍‌ଲିମିଟେଡ୍ କ୍ରିକେଟ୍ କଭରେଜ୍ ପାଇପାରିବେ। ଏହି ପ୍ଲାନ୍‌ଟି ୫୬ ଦିନ ପାଇଁ ଉପଲବ୍ଧ ହେଉଥିବା ବେଳେ ଦିନନକୁ ୧.୫ଜିବି ଡାଟା ମିଳିବ। ଏହି ପ୍ଲାନ୍‌ ସହିତ ଗ୍ରାହକଙ୍କୁ କୌଣସି ପ୍ରକାର କଲିଂ ସୁବିଧା ମିଳିବ ନାହିଁ।୭୭୭ ଟଙ୍କିଆ ଡାଟା ପ୍ଲାନ୍

୮୪ ଦିନ ପାଇଁ ଉପଲବ୍ଧ ୭୭୭ ଟଙ୍କିଆ ଡାଟା ପ୍ଲାନ୍‌ ସହିତ ଏକ ବର୍ଷ ପର୍ଯ୍ୟନ୍ତ ଡିଜ୍‌ନି ଓ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମିଳିବ। ଏହି ପ୍ଲାନ୍‌ରେ ଦିନକୁ ୧.୫ ଜିବି ଡାଟା ମିଳିବ। ଏଥିସହ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ କଲିଂ ଓ ଜିଓ ଆପ୍ସ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯିବ।

୨,୫୯୯ ଟଙ୍କିଆ ସ୍ପେଶାଲ ପ୍ଲାନ୍

ଉପରୋକ୍ତ ଦୁଇ ପ୍ଲାନ୍ ବ୍ୟତୀତ ଜିଓ ପକ୍ଷରୁ ୨,୫୯୯ ଟଙ୍କିଆ କ୍ରିକେଟ୍ ସ୍ପେଶାଲ ପ୍ଲାନ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ଟି ବର୍ଷେ ପାଇଁ ଉପଲବ୍ଧ। ଏଥିରେ ବ୍ୟବହାରକାରୀଙ୍କୁ ପ୍ରାୟ ୭୨୦ ଜିବି ଡାଟା ଓ ଅନ୍‌ଲିମିଟେଡ୍ କଲିଂ ସୁବିଧା ମିଳିବ। ଏଥିସହ ଏକ ବର୍ଷ ପର୍ଯ୍ୟନ୍ତ ଡିଜ୍‌ନି ଓ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମିଳିବ।BGU୬୧୨ ଟଙ୍କାରୁ ୧,୨୦୮ ଟଙ୍କା ପର୍ଯ୍ୟନ୍ତ ଅନ୍ୟାନ୍ୟ ପ୍ଲାନ୍

ରିଲାଏନ୍ସ ଜିଓ ୬୧୨ ଟଙ୍କାରୁ ଆରମ୍ଭ କରି ୧,୨୦୮ ଟଙ୍କିଆ ଡାଟା ପ୍ଲାନ୍ ମଧ୍ୟ ପ୍ରଦାନ କରୁଛି। ଏଥିରେ ଗ୍ରାହକଙ୍କୁ ୭୨ଜିବିରୁ ଆରମ୍ଭ କରି ୨୪୦ଜିବି ପର୍ଯ୍ୟନ୍ତ ଡାଟା ମିଳିବ। ୬୧୨ ଟଙ୍କିଆ ପ୍ଲାନ୍‌ରେ ୬୦୦୦ ନନ୍ ଜିଓ ମିନିଟ୍‌ସ କଲିଂ ସୁବିଧା ମଧ୍ୟ ଉପଲବ୍ଧ। ଅନ୍ୟ ପ୍ଲାନ୍‌ରେ କଲିଂ ସୁବିଧା ମିଳୁନାହିଁ।

Comment