ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବାକୁ ଢେଙ୍କାନାଳ ସହରକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତାକାଲିଠୁ ଦୁଇଦିନ ସହରର ୨୩ଟି ୱାର୍ଡ ସମେତ ଢେଙ୍କାନାଳ ମ୍ୟୁନିସିପାଲଟି ସଟଡାଉନ୍ ରହିବ।

 ଅନ୍ୟପଟେ ଏହାପରେ ସପ୍ତାହନ୍ତ ସଟଡାଉନ୍ ପଡୁଥିବାରୁ ଶନିବାର ଓ ରବିବାର ମଧ୍ୟ ସହର ସଟଡାଉନ୍ ରହିବ। ଏହପରି ଭାବେ ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ଢେଙ୍କାନାଳ ସହର ସଟଡାଉନ୍ ରହିବ ବୋଲି ଜଣାପଡ଼ିଛି।

 ଆଜି ଢେଙ୍କାନାଳ ଜିଲ୍ଲାରୁ ମୋଟ ୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମ୍ୟୁନିସିପାଲଟି ଅଞ୍ଚଳରୁ ୧୬ ଜଣ ରହିଛନ୍ତି। ତେଣୁ ଏହି ଅଞ୍ଚଳରେ ସଂକ୍ରମଣ କମାଇବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।BGUଏହି ସଟଡାଉନ୍ ସମୟରେ ସହରରେ ଆକ୍ଟିଭ୍ ସର୍ଭେଲାନ୍ସ କରାଯିବା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ତେବେ ସଟଡାଉନ୍ ସମୟରେ ଜରୁରୀକାଳୀନ୍ ସେବାକୁ ବାଦ୍ ଦିଆଯାଇଛି।

Comment