ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ଲାଷ୍ଟିକ ସର୍ଜରୀ କରି ଟ୍ରୋଲ୍‌ର ଶିକାର ହୋଇଛନ୍ତି ଏହି ଅଭିନେତ୍ରୀ।

ଦୁନିଆରେ ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଆଉ ଯଦି ବଲିଉଡ ଅଭିନେତ୍ରୀମାନଙ୍କ କଥା ବିଚାର କରାଯାଏ ତେବେ ସେମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଯତ୍ନବାନ ଥାଆନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନ୍ଦର ଦେଖାଯିବାକୁ ଅନେକ ପ୍ଲାଷ୍ଟିକ ସର୍ଜରୀର ସାହାରା ନିଅନ୍ତି। କିଛି ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ନିଜ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥିବାର ନଜିର ରହିଛି। ତେବେ ଆଉ କିଛି ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ କରିବା ପରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଜାଣନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ନିଜ ଅଭିନୟ ଅପେକ୍ଷା ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଚର୍ଚ୍ଚିତ ହୋଇଛନ୍ତି।ରାକ୍ଷୀ ସାଓ୍ଵନ୍ତ

ବଲିଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଫିଲ୍ମ ‘ଅଗ୍ନିଚକ୍ର’ ଜରିଆରେ ବଲିଉଡରେ ପାଦ ଦେଇଥିଲେ। ତେବେ ରାକ୍ଷୀ ନିଜକୁ ସୁନ୍ଦରୀ କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ। ଓଠ ଏବଂ ଶରୀରକୁ ମୋଟା କରିବା ପାଇଁ ସେ ଅନେକ ପ୍ରକାର ସର୍ଜରୀ କରାଇଛନ୍ତି। କିନ୍ତୁ ଏହି ସର୍ଜରୀ ପାଇଁ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଟ୍ରୋଲର୍‌ମାନେ ତାଙ୍କୁ ପ୍ଲାଷ୍ଟିକ ଦୋକାନ ବୋଲି ମଧ୍ୟ କହିଥାନ୍ତି। ରାକ୍ଷୀ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ସ୍ଵୀକାର କରିଛନ୍ତି।ସହର ତବର

ଇରାନର ସହର ତବର ହେଉଛନ୍ତି ଜଣେ ଇନ୍‌ଷ୍ଟାଗ୍ରାମ ଷ୍ଟାର୍। ସେ ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ୫୦ ପ୍ରକାର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ। ତେବେ ସେ ମେକ୍‌ଅପ୍ ସାହାଯ୍ୟରେ ନିଜକୁ ଏମିତି ଲୁକ୍ ଦେଉଥିଲେ ବୋଲି କିଛି ପ୍ରସଂଶକ କହୁଥିବା ବେଳେ ଆଉ କେତେକଙ୍କ ମତରେ ସହର ପ୍ଲାଷ୍ଟିକ୍ ସର୍ଜରୀ କରାଇ ନିଜ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ।ଶ୍ରୁତି ହାସନ

ସୁପରଷ୍ଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ନାକ, ଗାଲ ସମେତ ଆଉ କେତେକ ଅଂଶକୁ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ସୁନ୍ଦର କରିଥିବା ନିଜେ ଶ୍ରୁତି ସ୍ଵୀକାର କରିଛନ୍ତି।କୋଏନା ମିତ୍ରା

ବିଗ୍‌ ବସ୍-୧୩ରେ ଭାଗ ନେଇଥିବା ଅଭିନେତ୍ରୀ କୋଏନା ମିତ୍ରା ନିଜ ନାକ ସର୍ଜରୀ କରାଇଥିଲେ। କିନ୍ତୁ ନାକ ସୁନ୍ଦର ହେବା ପରିବର୍ତ୍ତେ ଅସୁନ୍ଦର ହୋଇଗଲା। ଏହାପରେ ଫିଲ୍ମ ନିର୍ଦ୍ଦେଶକମାନେ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଅନିଚ୍ଛା ପ୍ରକାଶ କଲେ। କୁହାଯାଏ ଯେ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ କାମ ମିଳୁନଥିଲା ଏବଂ ତାଙ୍କୁ ୬ ମାସ କାଳ ଘରେ ବସିବାକୁ ପଡ଼ିଥିଲା। କୋଏନା ଏହାକୁ ନିଜ ଜୀବନର ସବୁଠୁ ବଡ଼ ଭୁଲ ବୋଲି ମନେକରନ୍ତି। ଏକଥା ସେ ବିଗ୍‌ବସ୍‌ରେ ମଧ୍ୟ ପ୍ରକାଶ କରିଥିଲେ।BGU

Comment