ଓଡ଼ିଶାଲାଇଭ୍ ବ୍ୟୁରୋ

  • ମେ ୧୮ରୁ ଜୁଲାଇ ୩ ଭିତରେ ଜଣେ ପଜିଟିଭ୍ ଚିହ୍ନଟ
  • ଅଗଷ୍ଟ ୧୩ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି
  • ଅଗଷ୍ଟ ୨୬ ସୁଦ୍ଧା ପଜିଟିଭ୍ ସଂଖ୍ୟା ୨୦୦୬କୁ ବୃଦ୍ଧି

ବୁଧବାର ଆଉ ୪୧ଟି ନୂଆ ମାମଲା ଆସିବା ପରେ କନ୍ଧମାଳ ଜିଲ୍ଲାରେ କରୋନା ସାଙ୍ଘାତିକ ରୂପ ଧାରଣ କରିଛି। ଏହି ଜିଲ୍ଲାରେ ପୂର୍ବରୁ କାଁ ଭାଁ କରୋନା ମାମଲା ସାମ୍ନାକୁ ଅସିଥିବା ବେଳେ ଏବେ ଏହା ଦ୍ରୁତ ଗତିରେ ବଢ଼ି ଚାଲିଛି। ମାତ୍ର ତେର ଦିନ ଭିତରେ ଅକ୍ରାନ୍ତଙ୍କ ସଂଖ୍ୟା ୨୦୦୬ରେ ପହଞ୍ଚିଛି। ତେବେ ମୃତ୍ୟୁ ସଂଖ୍ୟା ୭ରେ ସୀମିତ ରହିଛି।

ମେ ୧୮ ତାରିଖରେ କନ୍ଧମାଳ ଜିଲ୍ଲାରେ ପ୍ରଥମ ପଜିଟିଭ୍ ମାମଲା ଆସିଥିଲା। ତାମିଲନାଡୁରୁ ଫେରିଥିବା ଏହି ବ୍ୟକ୍ତି ଜଣକ କୋଭିଡ୍‌ରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ଏହି ଗୋଟିକିଆ ମାମଲା ବ୍ୟତୀତ ଜୁଲାଇ ୩ ପର୍ଯ୍ୟନ୍ତ ଆଉ କୌଣସି ନୂଆ କେସ୍ ସାମ୍ନାକୁ ଆସିନଥିଲା। କିନ୍ତୁ ଅଗଷ୍ଟ ୧୩ ବେଳକୁ ପଜିଟିଭ୍ କେସ୍ ୧୦୦୦ରେ ପହଞ୍ଚିଥିଲା। ତାପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଚଳିତ ୨୬ ତାରିଖରେ ୨୦୦୦ ଟପିଥିଲା।

ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କ ଟେଷ୍ଟ କରିବା ପରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ଘରକୁ ଘର ବୁଲି ପରୀକ୍ଷାକୁ ଜୋରସୋର କରିବା ଫଳରେ ଏହି ବୃଦ୍ଧି ରେକର୍ଡ଼ କରାଯାଇଛି ବୋଲି ସେ କହିଛନ୍ତି।BGUରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଓ ଅଧିକ ସଂଖ୍ୟାରେ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହକୁ ଚାଲୁ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ। କନ୍ଧମାଳରୁ ଯେଉଁ ସବୁ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କିଛି କଣ୍ଟେନମେଣ୍ଟ ଜୋନ୍‌ରୁ ବାହାରିଥିବା ବେଳେ ଆଉ କିଛି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଫୁଲବାଣୀ, ଦାରିଙ୍ଗିବାଡ଼ି, ଟିକାବାଲି, କୋଟଗଡ଼, ତୁମୁଡ଼ିବନ୍ଧ, ଚକାପାଦ ,ଫିରିଙ୍ଗିଆ, କେ ନୂଆଗାଁ ଓ ଖଜୁରିପଡ଼ା ଆଦି ବ୍ଲକରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Comment