ଓଡ଼ିଶାଲାଇଭ୍ ବ୍ୟୁରୋ

supremecourt

କରୋନା ଭାଇରସ ପାଇଁ କୌଣସି ନିର୍ବାଚନ ବନ୍ଦ ହେବନାହିଁ। ବିହାର ବିଧାନସଭା ନିର୍ବାଚନକୁ ବାତିଲ ସମ୍ପର୍କିତ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। କରୋନା ପାଇଁ ଚଳିତ ବର୍ଷ ଶେଷ ବେଳକୁ ହେବାକୁ ଥିବା ନିର୍ବାଚନକୁ ବାତିଲ କରିବା ପାଇଁ ଏକ ଆବେଦନ ହୋଇଥିଲା।  କରୋନା ଭାଇରସ ଏକ ଯୁକ୍ତିଯୁକ୍ତ କାରଣ ନୁହେଁ ଯାହା ପାଇଁ ନିର୍ବାଚନକୁ ବାତିଲ କରାଯିବ। ଏହା ସହ ନିର୍ବାଚନ କମିଶନ ନିର୍ବାଚନକୁ ନେଇ କୌଣସି ତାରିଖ ଘୋଷଣା କରି ନ ଥିବାରୁ ଏହା ଉପରେ ଶୁଣାଣୀ କରିବାର ସମୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ ନିର୍ବାଚନ ବାତିଲ କରିବା ପାଇଁ ନିର୍ବାଚନ କମିଶନଙ୍କୁ କହିପାରିବେନାହିଁ। ନିର୍ବାଚନ କମିଶନ ସବୁକିଛି ବିଚାର କରିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।

BGU

ଯେହେତୁ ନିର୍ବାଚନ ପାଇଁ କୌଣସି ତାରିଖ ଘୋଷଣା ହୋଇନାହିଁ, ତେଣୁ ଏ ପ୍ରସଙ୍ଗରେ କିପରି ମୁଖ୍ୟ ନିର୍ବାଚନ କମିଶନଙ୍କୁ କିପରି ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନ ସବୁ ଉପଯୁକ୍ତ ନିଷ୍ପତ୍ତି ନେବେ। ଅବିନାଶ ଠାକୁର ନାମକ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣୀ କରି ଏହା କହିଛନ୍ତି ସୁପ୍ରିମକୋର୍ଟ। ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବାର ଅଛି। ତେଣୁ ସୁପ୍ରିମକୋର୍ଟ ରାଜ୍ୟରେ କରୋନା ଭାଇରସ ସ୍ଥିତି ସମ୍ପର୍କିତ ରିପୋର୍ଟ ବିହାର ବିପର୍ଯ୍ୟୟ ପ୍ରଶମନ ପ୍ରାଧୀନକରଣଙ୍କୁ ମାଗିବା ପାଇଁ ଆବେଦନକାରୀ ନିବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

Comment