ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଓଏଲ୍‌ଏକ୍ସରେ କୌଣସି ଶସ୍ତା ଜିନିଷ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। କାରଣ ଓଏଲ୍‌ଏକ୍ସରେ ଆଜିକାଲି କିଛି ଠକ ସକ୍ରିୟ ଅଛନ୍ତି। ସେମାନେ ଲୋକଙ୍କୁ ଆର୍ମି ପରିଚୟ ପତ୍ର ଦେଖାଇ ବିଶ୍ଵାସ ଜିତିବା ପରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଜଣାପଡ଼ିଛି।

ନିକଟରେ ଜାମ୍ମୁ-କାଶ୍ମୀର ଜଣେ ଏନ୍‌ଜିଓ ସଞ୍ଚାଳକ ଏପରି ଠକାମିର ଶିକାର ହୋଇଛନ୍ତି। ଜାମ୍ମୁରେ ଏକ ଏନ୍‌ଜିଓ ଚଲାଉଥିବା ରାହୁଲ ଅଗୁରାଲ ନାମକ ଜଣେ ବ୍ୟକ୍ତି ଗୋଟିଏ ଗାଡ଼ି କିଣିବାକୁ ଚାହୁଁଥିଲେ। ଏଥିପାଇଁ ସେ ଓଏଲ୍‌ଏକ୍ସରୁ ଗୋଟିଏ ଗାଡ଼ି ପସନ୍ଦ କରିଥିଲେ। ଗତ ଅଗଷ୍ଟ ୨୪ରେ ସେ ଓଏଲ୍‌ଏକ୍ସରେ ଏକ ବିଜ୍ଞାପନ ଦେଖିଥିଲେ। ଏଥିରେ ଦିଆଯାଇଥିବା ବ୍ୟକ୍ତିଙ୍କ ଫୋନ୍ ନମ୍ବରରେ ସମ୍ପର୍କ କରିଥିଲେ। ଓଏଲ୍‌ଏକ୍ସରେ ଗାଡ଼ିର ବିଜ୍ଞାପନ ଦେଇଥିବା ବ୍ୟକ୍ତିଜଣକ ଭାରତୀୟ ସେନାରେ ଚାକିରି କରିଥିବା ଏବଂ ତାଙ୍କର ପୋଷ୍ଟିଂ ଜାମ୍ମୁରେ ହୋଇଛି ବୋଲି କହିଥିଲେ। ସେ ରାହୁଲଙ୍କୁ ଆର୍ମି ପରିଚୟପତ୍ର ମଧ୍ୟ ଦେଖାଇଥିଲେ। ଫଳରେ ରାହୁଲ ତାଙ୍କୁ ବିଶ୍ଵାସ କରିନେଇଥିଲେ।BGUଆଇଡି କାର୍ଡ ଦେଖିବା ପରେ ରାହୁଲ କାର୍ କିଣିବା ପାଇଁ କିଛି ପଇସା ପଠାଇଥିଲେ। କିନ୍ତୁ ସେତିକିବେଳେ ହିଁ ରାହୁଲଙ୍କର ସନ୍ଦେହ ହୋଇଥିଲା। ପରେ ସେହି ଆର୍ମି ପରିଚୟପତ୍ର ଏବଂ କାର କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା।

କେବଳ ଏହି ଘଟଣା ନୁହେଁ। ଓଏଲ୍‌ଏକ୍ସରେ ଏପରି ଅନେକ ଠକାମି ସାମ୍ନାକୁ ଆସୁଛି। ଏହା ପୂର୍ବରୁ ମଧ୍ୟ ଅନେକ ଠକ ନକଲି ଆର୍ମି ପରିଚୟପତ୍ର ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଓଏଲ୍‌ଏକ୍ସରେ ଏପରି ଠକଙ୍କ ପାଇଁ ସିଆଇଏସ୍‌ଏଫ୍ ଚଳିତବର୍ଷ ଜୁଲାଇ ମାସରେ ଚେତାବନୀ ମଧ୍ୟ ଜାରି କରିଛି।

Comment