ଓଡ଼ିଶାଲାଇଭ୍ ବ୍ୟୁରୋ

ଅଳ୍ପ ଦାମ୍‌ରେ ଅଧିକ ଫାଇଦା ସମସ୍ତେ ଚାହାନ୍ତି। ଆଉ କଥା ଯଦି କଥା ମୋବାଇଲ ଫୋନ୍‌ର ଆସେ ତେବେ କେହି ହାତଛଡ଼ା କରିବେନାହିଁ। ଅଳ୍ପ ଦାମ୍‌ରେ ଭଲ କ୍ୟାମେରା, ଡିସ୍‌ପ୍ଲେ, ବ୍ୟାଟେରୀ, ପ୍ରୋସେସର୍ ଥିବା ଫୋନ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ତେବେ ଆମେ ଆପଣଙ୍କୁ ଗୋଟେ ଏପରି ଫୋନ୍ ବିଷୟରେ କହିବୁ, ଯାହା ୧୦ରୁ ୧୫ ହଜାର ଟଙ୍କା ମୂଲ୍ୟରେ ଆପଣଙ୍କୁ ଦେବ ଆପଣଙ୍କ ମନ ପସନ୍ଦର ଫିଚର୍ସ। ‘ମୋଟୋ ଜି୯’ ହେଉଛି ସେହି ଫୋନ୍ ଯାହା ମାତ୍ର ୧୪,୯୯୯ ଟଙ୍କାରେ ଆପଣଙ୍କୁ ଯୋଗାଇଦେବ ଆପଣଙ୍କ ମନପସନ୍ଦର ସମସ୍ତ ଫିଚର୍।

ପ୍ରୋସେସର

ଗାଡ଼ିରେ ଇଞ୍ଜିନ୍‌ର ଯେମିତି ଗୁରୁତ୍ଵ ଥାଏ, ସେହିପରି ମୋବାଇଲ୍ ଫୋନ୍‌ରେ ପ୍ରୋସେସର ସମାନ ଗୁରୁତ୍ଵ ରହିଥାଏ। ତେଣୁ ପ୍ରୋସେସର ଯେତେ ଭଲ ହେବ ଫୋନ୍ ମଧ୍ୟ ସେତେ ଭଲ ହେବ। ‘ମୋଟୋ ଜି୯’ ହେଉଛି ଭାରତର ପ୍ରଥମ ସ୍ମାର୍ଟଫୋନ୍, ଯେଉଁଥିରେ ଲାଟେଷ୍ଟ ଅକ୍ଟାକୋର କ୍ଵାଲକମ୍ ସ୍ନାପଡ୍ରାଗନ୍ ୬୬୨(୧୧ଏନ୍ ଏମ୍) ପ୍ରୋସେସର ବ୍ୟବହାର କରାଯାଇଛି। ଏହି ପ୍ରୋସେସରର ବିଶେଷତ୍ଵ ହେଉଛି ଏଥିରେ ଫୋନ୍ ବହୁତ ଫାଷ୍ଟ କାମ କରିଥାଏ। ସାଧାରଣତଃ ଏଥିରେ ଗେମ୍ ଖେଳିବାକୁ ଭଲ ସୁବିଧା ହୋଇଥାଏ।କ୍ୟାମେରା

ଭାରତୀୟ ଗ୍ରାହକମାନେ ସାଧାରଣତଃ ଫୋନ୍ କିଣିଲା ବେଳେ ଫୋନ୍‌ର କ୍ୟାମେରାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। କିଛି ଗ୍ରାହକ ତ କେବଳ କ୍ୟାମେରା ପାଇଁ ହିଁ ଫୋନ୍‌କୁ କିଣିଥାନ୍ତି। ‘ମୋଟୋ ଜି୯’ର କ୍ୟାମେରା କ୍ଵାଲିଟି ବେଶ୍ ଉନ୍ନତମାନର ରହିଛି। ଏଥିରେ ଆପଣ ୪୮+୨+୨ ମେଗାପିକ୍ସେଲ ବିଶିଷ୍ଟ କ୍ୟାମେରା ପାଇପାରିବେ। ଏଥିସହିତ ଏହାର ଫ୍ରଣ୍ଟ କ୍ୟାମେରା ହେଉଛି ୮ ମେଗାପିକ୍ସେଲ ବିଶିଷ୍ଟ। ଏହି କ୍ୟାମେରାର ବିଶେଶତ୍ଵ ହେଉଛି, ଏଥିରେ ଫଟୋଗୁଡ଼ିକ ପୁରା ନ୍ୟାଚୁରାଲ ଉଠିଥାଏ। ପଟୋଗ୍ରାଫି ପାଇଁ ଏହା ବର୍ତ୍ତମାନର ସବୁଠୁ ବେଷ୍ଟ ଫୋନ୍।

ବ୍ୟାଟେରୀ

ଫୋନ୍‌ର ବ୍ୟାଟେରୀ ଯେତେ ଭଲଥିବ, ଫୋନ୍‌କୁ ବ୍ୟବହାର କରିବାକୁ ସେତେ ଭଲ ଲାଗିବ। ତେବେ ‘ମୋଟୋ ଜି୯’ ଆପଣଙ୍କୁ ଭେଟି ଦେଉଛି ୫,୦୦୦ ମେଗା ହର୍ଜ ବିଶିଷ୍ଟ ବ୍ୟାଟେରୀ। ଏହି ବ୍ୟାଟେରୀର ବିଶେଷତ୍ଵ ହେଉଛି ଏହା ଚାର୍ଜ ହେବାକୁ ଖୁବ୍ କମ୍ ସମୟ ନେଇଥାଏ। ଯେତେବେଳେ କି ଏହାର ଚାର୍ଜିଂ କ୍ଷମତା ଖୁବ୍ ଅଧିକ। ଏହା ଆପଣଙ୍କୁ ଅଧିକ ସମୟ ଫୋନ୍‌କୁ ବ୍ୟବହାର କରିବାର ସୁଯୋଗ ଦେଇଥାଏ।BGUଡିସ୍‌ପ୍ଲେ

ସାଧାରଣତଃ ସମସ୍ତେ ଚାହାନ୍ତି ଭିଡିଓଗ୍ରାଫି ପାଇଁ ତାଙ୍କ ଫୋନ୍‌ର ଡିସ୍‌ପ୍ଲେ ବଡ଼ ହୋଇଥାଉ। ଏଥିପାଇଁ ‘ମୋଟୋ ଜି୯’ ତାର ସ୍କ୍ରିନ୍‌ର ସାଇଜ୍ ରଖିଛି ୬.୫୦ ଇଞ୍ଚ୍। ଏହା ହାତରେ ଧରିବାକୁ ଆରାମ ଲାଗିଥାଏ। ଏଥିରେ ଭିଡିଓ ମଧ୍ୟ ହାଇକ୍ଵାଲିଟି ହୋଇଥାଏ।

Comment