ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ସେପ୍ଟେମ୍ଵର ୩୦ ଯାଏଁ ଲକଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର। ତେବେ ସେପ୍ଟମ୍ଵର ୮ ତାରିଖରୁ ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହୋଇପାରିବ। ଏଥିସହ କଣ୍ଟେନମେଣ୍ଟ୍ ଜୋନ୍‌ରେ ଜିଲ୍ଲା ପ୍ରଶାସନ ଦ୍ଵାରା କଡ଼ାକଡ଼ି ଭାବେ ଲକଡାଉନ୍‌କୁ ପାଳନ କରାଯିବା ନେଇ ସୂଚନା ମିଳିଛି।BGUସେପ୍ଟେମ୍ଵର ୨୧ ପରେ କଣ୍ଟେନମେଣ୍ଟ୍ ଜୋନ୍‌କୁ ବାଦ୍ ଦେଇ ରାଜ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ଵର ୭, ୧୧ ଏବଂ ୧୨ ତାରିଖରେ ପୂର୍ବନିର୍ଦ୍ଧାରିତ ଲକଡାଉନ୍‌କୁ କଡ଼ାକଡ଼ିଭାବେ ପାଳନ କରାଯିବ। ସେପ୍ଚେମ୍ଵର ୩୦ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ପାର୍କ ଆଦି ବନ୍ଦ ରହିବ।

ଅନଲକ-୪ ଗାଇଡଲାଇନ୍‌ ଅନୁସାରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟ ସରକାରମାନେ ଲକଡାଉନ୍ କିମ୍ଵା ସଟଡାଉନ୍ କଟକଣା ଲଗାଇପାରିବେ ନାହିଁ ବୋଲି କୁହାଯାଇଥିଲା। ମାତ୍ର ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି।

Comment