ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ଆଜି ସୁସ୍ଥ ହେଲେ ୩୩୦୩ କରୋନା ରୋଗୀ
  • କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ରୋଗୀ ସୁସ୍ଥ
  • ଏବେ ସୁଦ୍ଧା ରାଜ୍ୟର ୮୪,୦୭୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ଆଜି ସୁସ୍ଥ ହେଲେ ୩୩୦୩ କରୋନା ରୋଗୀ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୮୪ ହଜାର ପାର୍ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

କଟକ ଜିଲ୍ଲାରୁ ଆଜି ସର୍ବାଧିକ ୬୫୦ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ବଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ ୧୨୫ ଓ ମୟୂରଭଞ୍ଜରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏଯାବତ ମୋଟ ୧,୦୯,୭୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ସେଥିମଧ୍ୟରୁ ୨୫,୧୪୦ ଜଣ ସକ୍ରିୟ ଥିଲାବେଳେ ଏବେ ସୁଦ୍ଧା ୮୪,୦୭୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here