ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ମୋଟ୍ ୩୨୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୩୧ ଚିହ୍ନଟ ହୋଇଥିଲା ବେଳେ ୧୨୮୮ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୯ ହଜାର ୭୮୦କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ଜଣ, କଟକରୁ ୪୦୦ ଜଣ, ପୁରୀରୁ ୨୧୭ ଜଣ, ବାଲେଶ୍ଵରରୁ ୧୯୪ ଜଣ, ବରଗଡ଼ରୁ ୧୮୫ ଜଣ, ଗଞ୍ଜାମରୁ ୧୬୯ ଜଣ, ମୟୁରଭଞ୍ଜରୁ ୧୩୭ ଜଣ, ଯାଜପୁରରୁ ୧୧୭ ଜଣ, କେନ୍ଦୁଝରରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୯୦ ଜଣ, ଭଦ୍ରକରୁ ୮୭ ଜଣ, ସମ୍ଵଲପୁରରୁ ୭୮ ଜଣ, ଅନୁଗୁଳରୁ ୬୬ ଜଣ, ନୟାଗଡ଼ରୁ ୬୨ ଜଣ, ସୁନ୍ଦରଗଡ଼, ଜଗତସିଂହପୁର ଏବଂ ଝାରସୁଗୁଡ଼ାରୁ ୬୦ ଜଣ ଲେଖାଏଁ, କେନ୍ଦ୍ରପଡ଼ାରୁ ୫୭ ଜଣ, ନବରଙ୍ଗପୁରରୁ ୫୫ ଜଣ, ନୂଆପଡ଼ାରୁ ୪୯ ଜଣ, ଢେଙ୍କାନାଳ ଏବଂ କଳାହାଣ୍ଡିରୁ ୩୭ ଜଣ ଲେଖାଏଁ, ବୌଦ୍ଧରୁ ୩୬ ଜଣ, ଗଜପତିରୁ ୨୭ ଜଣ, ସୋନପୁରରୁ ୨୬ ଜଣ, ରାୟଗଡ଼ାରୁ ୨୫ ଜଣ, ମାଲକାନାଗିରିରୁ ୧୩ ଜଣ, ବଲାଙ୍ଗିରରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।BGUଏଯାବତ୍ ରାଜ୍ୟରେ ୮୦୭୭୦ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୨୮୪୪୩।

 

Comment