ଓଡ଼ିଶାଲାଇଭ୍‌ ବ୍ୟୁରୋtrain line

ଦୁନିଆରେ ଅନେକ ରହସ୍ୟମୟ ଓ ବପଜ୍ଜନକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିଲେ ବିଶ୍ୱାସ କରିବା ଟିକେ କଷ୍ଟ ହୋଇପଡ଼େ। କିନ୍ତୁ କେବେ ଆପଣ ଏଭଳି ବିପଜ୍ଜନକ ଟ୍ରେନ ଲାଇନ୍‌ ବିଷୟରେ ଶୁଣିଛନ୍ତି କି ଯେଉଁଠି ଲୋକ ପ୍ରତିଦିନ ଯାତ୍ରା ତ କରନ୍ତି ହେଲେ କେଉଁ ମୁହୁର୍ତ୍ତରେ ତାଙ୍କ ଜୀବନ ଚାଲିଯିବ ତାହା ଜାଣନଥାନ୍ତି। ତେବେ ଆସନ୍ତୁ ସେମିତି କିଛି ଟ୍ରେନ ଲାଇନ ବିଷୟରେ ଜାଣିବା…

ଇଣ୍ଡୋନେସିଆର ଆର୍ଗୋ ଗେଡେ ରେଲୱେ

ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଓେନଡଙ୍ଗ୍‌ ରହିଛି ଏକ ଟ୍ରେନ ଲାଇନ୍‌। ଏହି ଟ୍ରେନଲାଇନ ଏକ ଉଚ୍ଚ ବ୍ରିଜ ଉପର ଦେଇ ଯାଇଛି। ଯାହାକୁ ଆର୍ଗୋ ଗେଡେ ରେଲୱେ ବୋଲି କହୁଯାଇଥାଏ। ଏହି ବ୍ରିଜ ଉପରେ ଟ୍ରେନ ଗଲାବେଳେ ଯାତ୍ରୀ ନିଶ୍ୱାସ ନେବାରେ ଅନୁଭବ କରନ୍ତି। ଏମିତିକି ଭୟରେ ଯାତ୍ରୀଙ୍କ ଚିତ୍କାର ମଧ୍ୟ ଶୁଭେ।BGU

‘ଦ ଡେଥ ରେଲଓ୍ୱେ’

ଏହି ନାଁରୁ ହିଁ ଜଣାପଡ଼ୁଛି ଯେ ଏହି ଟ୍ରେନ ଲାଇନ ବିପଜ୍ଜନକ ହୋଇଥବ। ଏହା  ମିଆଁମାର ସୀମାବର୍ତ୍ତୀ ଥାଇଲ୍ୟାଣ୍ଡର କାଞ୍ଚନାବୁରୀ ପ୍ରଦେଶରେ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନେ ଏହି ରେଳପଥ ନିର୍ମାଣ କରିଥିଲେ।  ଏହି ରେଳପଥ ଏକ ଘନ ଜଙ୍ଗଲ ଦେଇ ଯାଇଛି।

ଅଷ୍ଟ୍ରେଲିଆର କୁରଣ୍ଡା ସ୍ନିକ୍ ରେଲୱେ

ଏହି ଟ୍ରେନଲାଇନ୍‌ ବୈରନ ଜର୍ଜ ନ୍ୟାସନାଲ ଦେଇ ଯାଇଥାଏ। ଏହି ପାର୍କ ଭିତରେ ପାହାଡ଼, ଝରଣା ମଧ୍ୟ ରହିଛି। ତେଣୁ ଟ୍ରେନ ମଧ୍ୟ ଯିବା ସମୟରେ ଝରଣା ଦେଇ ଗତି କରେ। ଫଳରେ ଟ୍ରେନ ମଧ୍ୟରେ ପାଣି ପଶିଯାଏ।

ଭାରତର ଚେନ୍ନାଇ-ରମେଶ୍ୱରମ୍ ଟ୍ରେନଲାଇନ

ଭାରତର ଚେନ୍ନାଇ-ରମେଶ୍ୱରମ୍ ରେଳନଥ ମଧ୍ୟ ସେମିତି ଏକ ବିପଜ୍ଜନକ ରେଳପଥ। କାରଣ ଏହି ରେଳପଥା ସମୁଦ୍ର ଦେଇ ୨ କିଲୋମିଟର ଯାଏଁ ଯାଇଛି। ଏହି ରାସ୍ତା ଦେଇ ଯିବା ସମୟରେ ଆପଣ କେବଳ ପାଣି ହିଁ ପାଣି ଦେଖିପାରିବେ।

Comment