ଓଡ଼ିଶାଲାଇଭ୍ ବ୍ୟୁରୋ

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ପ୍ଲାଟଫର୍ମ ଟିକେଟ୍ ପାଇଁ ଲୋକଙ୍କୁ ୧୦ ଟଙ୍କା ନୁହେଁ ୫୦ ଟଙ୍କା ଗଣିବାକୁ ପଡ଼ିବ।  କରୋନା କଟକଣା ଓ ଭିଡ଼ କମାଇବାକୁ ଯାଇ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଲୋକମାନେ କେବଳ ୧୦ ଟଙ୍କା ଦେଇ ପ୍ଲାଟଫର୍ମ ଟିକେଟ୍ କିଣିପାରୁଥିଲେ। ହେଲେ ଏବେ ସେଥିପାଈଁ ସେମାନଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିବ। କରୋନା କାଳରେ ଲୋକମାନେ ଯେପରି ଅଯଥାରେ ରେଳଷ୍ଟେସନ ଆସି ଗହଳି ନକରନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।BGUଏପରି ହେଲେ ଲୋକମାନେ ଅଯଥାରେ ରେଳଷ୍ଟେସନକୁ ଆସିବେ ନାହିଁ। ତେଣୁ ଏଠାରେ ସେଭଳି କୌଣସି ଭିଡ଼ ଦେଖିବାକୁ ମିଳିବ ନାହିଁ। ଷ୍ଟେସନ ଭିତରେ ଉତ୍ତମ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ବୋଲି କୁହାଯାଇଛି।

ଅନ୍ୟପଟେ ପ୍ଲାଟଫର୍ମ ଟିକେଟରେ ଜଣେ ଯାତ୍ରୀ ଷ୍ଟେସନ ଭିତରେ କେବଳ ୨ ଘଣ୍ଟା ରହିପାରିବ।  ଯଦି କୌଣସି ଲୋକ ପ୍ଲାଟଫର୍ମ ଟିକେଟରେ ଷ୍ଟେସନରେ ୨ଘଣ୍ଟାରୁ ଅଧିକ ସମୟ ରୁହନ୍ତି ତେବେ ତାଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କୁହାଯାଇଛି।

Comment