ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ୨୪ ଘଣ୍ଟାରେ ସର୍ବାଧିକ ୬୮ ହଜାର ୫୮୪ ଜଣ ସୁସ୍ଥ
  • ୪ କୋଟି ୫୦ ଲକ୍ଷରୁ ଅଧିକ ଟେଷ୍ଟ
  • ଆକ୍ରାନ୍ତଠୁ ତିନିଗୁଣା ସୁସ୍ଥ
  • ମୋଟ୍ ସୁସ୍ଥ ୨୯ ଲକ୍ଷ ୭୦

ଦେଶରେ ଧୀରେ ଧୀରେ ସୁଧୁରିବାରେ ଲାଗିଛି କରୋନା ସ୍ଥିତି। ଏ ଯାଏଁ ଦେଶରେ ମୋଟ୍ ୪ କୋଟି ୫୦ ଲକ୍ଷରୁ ଅଧିକ ଟେଷ୍ଟ ହୋଇସାରିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬୮ ହଜାର ୫୮୪ ଜଣ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସ୍ଥିତିର ଅପଡେଟ୍ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ୬୨ ପ୍ରତିଶତ ସକ୍ରିୟ କେସ୍ ରହିଛି। ସେହିପରି କରୋନା ମୃତ୍ୟୁର ୭୨ ପ୍ରତିଶତ ୫ଟି ରାଜ୍ୟ ଯଥା- ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ରହିଥିବା କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି।BGUବିଶ୍ଵରେ ଦିତ୍ଵୀୟ ସର୍ବାଧିକ ଟେଷ୍ଟ ଭାରତରେ କରାଯାଉଛି। ଏଥିପାଇଁ ଦେଶରେ ସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଆକ୍ରାନ୍ତଠୁ ତିନିଗୁଣା ବ୍ୟକ୍ତି ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ଲକ୍ଷ ୭୨ ହଜାର ଟେଷ୍ଟ ହୋଇଛି। ସୁସ୍ଥ ସଂଖ୍ୟା ମେ ମାସରେ ୫୦ ହଜାର ଥିଲା। ଜୁନ୍ ମାସରେ ଏହା ୧ ଲକ୍ଷ, ଅଗଷ୍ଟ ୧୯ସୁଦ୍ଧା ୨୦ ଲକ୍ଷ ଏବଂ ବର୍ତ୍ତମାନ ଏହା ୨୯ ଲକ୍ଷ ୭୦ ହଜାରରେ ପହଞ୍ଚିଛି।

Comment