ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ଶେଷ ସୁଦ୍ଧା ଆମେରିକାବାସୀଙ୍କୁ ମିଳିପାରେ କରୋନା ଟିକା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଦେଶବାସୀଙ୍କୁ କରୋନା ଟୀକା ଉପହାରରେ ଦେବାକୁ ଘୋଷଣା କରିବା ପରେ ଏନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଅଛି। ଏହାପୂର୍ବରୁ ଦେଶବାସୀଙ୍କ ପାଖରେ କରୋନା ଟିକା ପହଞ୍ଚାଇ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଟ୍ରମ୍ପ। ଏଥିପାଇଁ ସେ ଦେଶର ଦେଶର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି)କୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ପାଖରୁ ଏଭଳି ନିର୍ଦ୍ଦେଶ ମିଳିବା ପରେ ସିଡିସି ମଧ୍ୟ ଜୋରସୋରରେ ନିଜର ପରୀକ୍ଷା ଜାରି ରଖିଥିବା ସୂଚନା ମିଳିଛି।BGUଅନ୍ୟପଟେ ବିଶ୍ୱରେ ଏବେ ଅନେକ ଟିକାର ପରୀକ୍ଷଣ ଚାଲିଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ଏହାର ସାର୍ବଜନୀନ ବ୍ୟବହାର ଅସମ୍ଭବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଫଳରେ ଟିକାର ନୈଦାନିକ ପରୀକ୍ଷଣ ବିନା ଏହାର ବ୍ୟବହାର ବିପଦଜନକ ହେବ ବୋଲି କୁହାଯାଉଛି।

ଆମେରିକାରେ କରୋନା ସଂକ୍ରମଣ ଦ୍ରୁତ ଭାବରେ ବୃଦ୍ଧି ଘଟୁଛି। ଏଯାବତ ସେଠାରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ନାଗରିକ କରୋନାରେ ପ୍ରାଣ ହରାଇସାରିଲେଣି। ତେଣୁ କରୋନା ଟିକାର ଉପହାର ଦେଇ ଟ୍ରମ୍ପ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

Comment