ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଉ ଜଣେ ନେତା କରୋନା ପଜିଟିଭ୍ ଚିହ୍ନଟ। ନବରଙ୍ଗପୁର ବିଜେଡ଼ି ସାଂସଦ ରମେଶ ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ରମେଶଙ୍କର ନମୁନା ରିପୋର୍ଟ ପଜିଟିଭ୍ ଆସିବାପରେ ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ତାଙ୍କ ସଂପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରହିବାପାଇଁ ସେ ଅନୁରୋଧ କରିଛନ୍ତି। ଏଥିସହ ସେମାନଙ୍କୁ ନିଜର କୋଭିଡ ଟେଷ୍ଟ କରାଇ ନେବାକୁ ମଧ୍ୟ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି।BGUରାଜ୍ୟରେ ଗୋଟିଏ ପରେ ଗୋଟିଏ ନେତା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଗତକାଲି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୁଜାରୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଅନନ୍ତ ନାରାୟଣ ଜେନା, ନିଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରି ବହୁ ରାଜନେତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି।

Comment