ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ଓ ଜଣେ ୫୯ ବର୍ଷୀୟ ପୁରୁଷ ଅଛନ୍ତି। ସେହିପରି ବଲାଙ୍ଗିର, ଗଞ୍ଜାମ, କଟକ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୭୮, ୭୬, ୬୧ ଓ ୬୮ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ଆଜି ମାଲକାନଗିରିର ଜଣେ ୧୩ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।BGUମୃତକମାନେ କରୋନାରେ ଆକ୍ରାନ୍ତ ହେବା ସହ ହାଇପରଟେନ୍‌ସନ୍, ଡାଇବେଟିସ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here