ଓଡ଼ିଶାଲାଇଭ୍ ବ୍ୟୁରୋ

ICMR

କରୋନା ପରୀକ୍ଷଣ ନିୟମରେ କୋହଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆଇସିଏମଆର। ଏବେ ଯେ କୌଣସି ବ୍ୟକ୍ତି ଚାହିଁଲେ ନିଜର କରୋନା ପରୀକ୍ଷଣ କରାଇପାରିବେ। କାରଣ ବିଭିନ୍ନ ଦେଶ ଓ ରାଜ୍ୟ ସେମାନଙ୍କ ପ୍ରବେଶ ପଥରେ କରୋନା ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରିଥିବାରୁ, ରାଜ୍ୟ ସରକାର କରୋନା ପରୀକ୍ଷଣ ମୋଡାଲିଟିର ସରଳୀକରଣ କରିବା ପାଇଁ ଆଇସିଏମଆର କହିଛନ୍ତି।

Coronavirus blood test

ଆଇସିଏମଆରଙ୍କ ନୂଆ ପରାମର୍ଶ ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଶତପ୍ରତିଶତ ପରୀକ୍ଷଣ କରାଯିବ। ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇ କରୋନା ଅଛି କି ନାହିଁ ସୁନିଶ୍ଚିତ କରାଯିବ। ତେବେ ଟେଷ୍ଟିଂ ଫ୍ୟାସିଲିଟି ନ ଥିଲେ କୌଣସି ଜରୁରୀକାଳୀନ ଚିକିତ୍ସାରେ ବିଳମ୍ବ ନ କରିବା ପାଇଁ ଆଇସିଏମଆର ନିର୍ଦ୍ଦଶ ଦେଇଛନ୍ତି। ଗର୍ଭବତୀମାନଙ୍କୁ କୌଣସି ପରିସ୍ଥିତିରେ ଟେଷ୍ଟିଂ ବ୍ୟବସ୍ଥା ନାହିଁ ବୋଲି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବନାହିଁ। କରୋନା ଟେଷ୍ଟିଂକୁ ୪ ଭାଗରେ ଭାଗ କରିଛନ୍ତି ଆଇସିଏମଆର। କଣ୍ଟେନମେଣ୍ଟ ଜୋନରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣ, ପ୍ରବେଶପଥରେ ହେଲଥ ସ୍କ୍ରିନିଂ, ନନକଣ୍ଟେନମେଣ୍ଟ ଜୋନରେ ନିୟମିତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ, ଡାକ୍ତରଖାନା ପ୍ରତିଷ୍ଠା ଓ ଦାବି ଅନୁସାରେ କରୋନା ପରୀକ୍ଷଣର ବ୍ୟବସ୍ଥା। ଗୁରୁତ୍ୱ ଅନୁସାରେ ଆରଟିପିସିଆର, ଟ୍ରୁନାଟ୍, ସିବିନାଟ ଓ ଆଣ୍ଟିଜେନ ଟେଷ୍ଟ କରାଯିବ।

BGU

କଣ୍ଟେନମେଣ୍ଟ ଜୋନରେ ସମସ୍ତ ଲକ୍ଷଣବିହୀନ କିନ୍ତୁ ଏକାଧିକ ରୋଗରେ ପୀଡ଼ିତ ଥିବା ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର କରୋନା ପରୀକ୍ଷଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି। ଲକ୍ଷଣ ଥିବା ସମସ୍ତ ରୋଗୀଙ୍କର ବାଧ୍ୟତାମୂଳକ ପରୀକ୍ଷଣ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ପରୀକ୍ଷା, କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତ ଅତି ସମ୍ବେଦନଶୀଳ ବ୍ୟକ୍ତିମାନଙ୍କର କରୋନା ପରୀକ୍ଷା ପାଇଁ ନୂଆ ପରାମର୍ଶବଳିରେ ଉଲ୍ଲେଖ ରହିଛି। କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ୫ରୁ ୧୦ ଦିନ ଭିତରେ ସମସ୍ତ ଅତି ସମ୍ବେଦନଶୀଳ ଲୋକମାନଙ୍କର ପରୀକ୍ଷା କରାଯିବ।

କରୋନା ପରୀକ୍ଷଣରେ ପ୍ରଥମେ ରାପିଡ୍ ଆଣ୍ଟିଜେନକୁ ଗୁରୁତ୍ୱ ଦିଆଯିବ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶତପ୍ରତିଶତ ଲୋକଙ୍କର କରୋନା ପରୀକ୍ଷଣ ରାପିଡ ଆଣ୍ଟିଜେନ ଟେଷ୍ଟିଂ ପଦ୍ଧତିରେ କରାଯିବାକୁ ନିର୍ଦ୍ଦେଶ ରହିଛି। ନନକଣ୍ଟେନମେଣ୍ଟ ଜୋନରେ ଲକ୍ଷଣ ନ ଥିବା ସମସ୍ତ ସମ୍ବେଦନଶୀଳ ବୟସ ବର୍ଗର ଲୋକମାନଙ୍କର ଟେଷ୍ଟ କରାଯିବ। ଏହାଛଡ଼ା ଗତ ୧୪ ଦିନ ଭିତରେ ବିଦେଶ ଭ୍ରମଣ କରିଥିବା ସମସ୍ତ ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଥିବା ଲୋକମାନଙ୍କର ଟେଷ୍ଟ କରାଯିବାକୁ ଏଥିରେ ଉଲ୍ଲେଖ ରହିଛି।

corona icmr ne guidelines

ତେବେ ଡାକ୍ତରଖାନାରେ ରୋଗୀଙ୍କର କରୋନା ପରୀକ୍ଷଣ ପାଇଁ ଆରଟିପିସିଆର କିମ୍ବା ଟ୍ରୁନାଟ କିମ୍ବା ସିବିନାଟ ପରୀକ୍ଷଣ ପଦ୍ଧତିକୁ ଗ୍ରହଣ କରିବା ପାଇଁ ଆଇସିଏମର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷଣ ରିପୋର୍ଟକୁ ସଠିକ୍ ବୋଲି ଗ୍ରହଣ କରାଯିବ। ଡାକ୍ତରଖାନାରେ ସୁସ୍ଥ ହେବା ପରେ ଆଉ କରୋନା ପରୀକ୍ଷଣ କରାଯିବନାହିଁ। ତେବେ କୌଣସି ଇଛାଧୀନ ଅସ୍ତ୍ରୋପଚାର କରାଇବା ପୂର୍ବରୁ ୧୪ ଦିନ ଗୃହସଂଗରୋଧରେ ରହିବା ପାଇଁ ଏହି ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ ରହିଛି।

Comment