ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାଜ୍ୟରୁ ୩୫୪୩ ପଜିଟିଭ୍
  • କ୍ୱାରେଣ୍ଟାଇନରୁ ୨୧୬୧, ଲୋକାଲ କେସ ୧୩୮୨
  • ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ଜଣ

ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୫୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୬୧ ଚିହ୍ନଟ ହୋଇଥିଲା ବେଳେ ୧୩୮୨ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୨୦ ହଜାର ୨୨୧କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ଜଣ, ମୟୁରଭଞ୍ଜରୁ ୩୨୬ ଜଣ, କଟକରୁ ୨୯୫ ଜଣ, ବରଗଡ଼ରୁ ୨୭୪ ଜଣ, ଯାଜପୁରରୁ ୨୦୬ ଜଣ, ବାଲେଶ୍ଵରରୁ ୧୫୩ ଜଣ, ଗଞ୍ଜାମରୁ ୧୦୨ ଜଣ, ସୋନପୁରରୁ ୯୯ ଜଣ, ନୂଆପଡ଼ାରୁ ୯୮ ଜଣ, କୋରାପୁଟରୁ ୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥିସହ ମୟୁରଭଞ୍ଜ, କଟକ, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।BGUରାଜ୍ୟରେ ଏଯାବତ୍ ୧ ଲକ୍ଷ ୨୦ ହଜାର ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୦ ହଜାର ୩୩୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୨୯ ହଜାର ୨୯୯।

Comment